//BREAKING//
Loading...

ଗୁରୁ ଦିବସ ଅବସରରେ ଆସିକା ରୋଡ଼୍ ସ୍ଥିତ ଓମ୍ ଶ୍ରୀ ଶିକ୍ଷାନୁଷ୍ଠାନ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।*

 


ବ୍ରହ୍ମପୁର:(ସ୍ୱତନ୍ତ୍ର ନିୟୁଜ଼ ) ତା ୬/୯/୨୨ବିଜେଡ଼ି ଯୁବ ନେତା ତଥା ଆମ୍ବଗଡ଼ ସମବାୟ ସମିତି ସଭାପତି  କାହ୍ନୁଚରଣ ପାତ୍ରଙ୍କ ତତ୍ୱାବଧାନରେ ଏହି ରକ୍ତଦାନ ଶିବିରଟି ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଯୋଗଦେଇ ଶିବିର ଉଦ୍‌ଘାଟନ କରିବା ସହ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ସମସ୍ୟା ଦୂର କରିବା ପାଇଁ ବ୍ୟାପକ  ଜନସଚେତନତା ସୃଷ୍ଟି ହୋଇଛି । ବହୁ ଯୁବ ଗୋଷ୍ଠୀ ରକ୍ତଦାନ କରି ବହୁ ମୂଲ୍ୟବାନ ଜୀବନକୁ ମୃତ୍ୟୁ ମୁଖରୁ ବଚାଂଉଛନ୍ତି । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସଚନ୍ଦ୍ର ମହାରଣା, ଜଗନ୍ନାଥ ସାବତ, ପୂର୍ବତନ ସରପଚଂ ନରସିଂହ ସାହୁ, ଯୁବ ନେତା ମୁନା ପଣ୍ଡା, ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ୩୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ବହୁ ଯୁବକ ମାନଙ୍କୁ ପ୍ରଥମ ଥର ରକ୍ତଦାନ କରିବା ପାଇଁ ଅତିଥି ମାନେ ଉତ୍ସାହିତ କରିଥିଲେ । ପୃଥିବୀରାଜ୍ ପାଇକ, ସତ୍ୟମ ମହାନ୍ତି, ବି. ନିଳାଚଂଳ ରେଡ଼ି, ତୁଷାରକାନ୍ତ ପାଢ଼ୀ, ଶ୍ରୀରାଜ୍ ନାହାକ, ସୁଭମ୍ ପାଇକ, ହୃଷିକେଶ ସାହୁ, ଦେବାଶିଷ ସାହୁ, ରାଜେସ୍ ଡ଼ାକୁଆ, ନିଳାଦ୍ରୀ ମହାରଣା, ସୁଶୀଲ ସାହୁ ଓ ପ୍ରେମ୍ ଚାନ୍ଦ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅଚଂଳର ବହୁ ଯୁବକ ଯୋଗଦେଇ  ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe