ବ୍ରହ୍ମପୁର : ( ସ୍ୱତନ୍ତ୍ର ନିୟୁଜ଼ )6/9/22ପୋଷ୍ଟର ଶୁଭାରମ୍ଭ ଓଡ଼ିଆ ସିନେ ଜଗତର ସୁପର ଷ୍ଟାର ଅଭିନେତା ବାବୁସାନମହାନ୍ତି କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଅସିମ୍ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ବିନୋଦ କୁମାର ବେହେରା ଯୋଗ ଦେଇ ପ୍ରଯୋଜନା ସଂସ୍ଥା କୁ ଉତ୍ସାହିତ କରିଥିଲେ। ଏହି ସିନେମା ଟି ତ୍ରିଭାଷୀ ଓଡ଼ିଆ, ତେଲୁଗୁ, ହିନ୍ଦୀ ଭାଷାରେ ମୁକ୍ତି ଲାଭ କରିବାକୁ ଯାଉଥିବା ଜଣାପଡିଛି । ଏହି ସିନେମାର ନାୟକ ବାବୁ ସାନ୍ ମହାନ୍ତି ଅଛନ୍ତି । ସେ ପ୍ରଥମ ଥରପାଇଁ ଓଡ଼ିଆ, ତେଲୁଗୁ, ହିନ୍ଦୀ ଭାଷାରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରଟି “ଶିବା ସତ୍ୟମ୍ ପ୍ରଡ଼ୋକ୍ସନ୍" ଦ୍ବାରା ପ୍ରଥମଥର ପାଇଁ ମୁକ୍ତିଲାଭ କରିବାକୁ ଯାଉଅଛି । ଏହି ଚଳଚ୍ଚିତ୍ରରେ ଦର୍ଶକ ମାନେ ଥେଲେର୍, ସସ୍ପେନ୍ସ, ଏକ୍ସନ୍, ରୋମାଣ୍ଟିକ ଦୃଶ୍ୟ ଦେଖିବାକୁ ପାଇବେ । ଏହାର କାହାଣୀଟି ବିଶେଷ ସାମାଜିକ କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ଉଭୟ ଓଡ଼ିଆ ଏବଂ ତେଲୁଗୁ କଳାକାରମାନେ ଅଭିନୟ କରିବାକୁ ଯାଉଅଛନ୍ତି । ଏହି ଚଳଚ୍ଚିତ୍ରର ପ୍ରଯୋଜକ ଶ୍ରୀମତୀ ଅର୍ମିତ୍ ନିସାଦ୍ ଏବଂ କୋ-ପ୍ରଯୋଜକ ଶ୍ରୀଯୁକ୍ତ ଇଣ୍ଡିଲା ରାମା ରାଓ । ଏହାର କାହାଣୀ, ସ୍କ୍ରିନ୍ ଏବଂ ଡ଼ାଇଲଟ୍ ନିର୍ଦ୍ଦେଶନା ଦେଇଛନ୍ତି ‘ଶିବା ସତ୍ୟମ୍' । ଏହାର ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ବ ନେଇଛନ୍ତି ଶ୍ରୀଯୁକ୍ତ ଜି.ଜେ. କାର୍ତ୍ତିକେୟନ୍ । ଏହାର ଏଣ୍ଡିଂ ରେ ଅଛନ୍ତି ଶ୍ରୀଯୁକ୍ତ ଅସ୍ମିତ କୁମାର । ପୋଷ୍ଟ ପ୍ରଡ଼ୋକ୍ସନ୍ ଓ ଭି.ଏଫ୍.ଏକ୍ସ., ଇଲେକ୍ଟ୍ରୋ ବ୍ଲୁ ହାଉସ୍ ଦାୟିତ୍ବ ନେଇଛନ୍ତି । ଏହି କାର୍ଯ୍ୟକ୍ରମର ସଂପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି "ସଂସ୍କାର ଇଭେ ଏଣ୍ଡ୍ ଏଣ୍ଟେରଟେନମେଣ୍ଟ "।
ସ୍ଥାନୀୟ "ଗୋଲ୍ଡଡ଼େନ୍ ଜୁବୁଲି ଟାଉନ୍ ହଲ୍" ପ୍ରାଙ୍ଗଣରେ ନୂଆ ଚଳଚ୍ଚିତ୍ର "ଅର୍ନ୍ତୟାମୀ"ର ପୋଷ୍ଟର୍ର ଶୁଭାରମ୍ଭ
By: SWATANTRA NEWS
0
Tags
ଖବର ଏବେ ଏବେ




Post a Comment