ବ୍ରହ୍ମପୁର 26/9/22 ( ସ୍ୱତନ୍ତ୍ର ନ୍ୟୂଜ଼ ) ବିଜେଡି କୁ ଆହୁରି ଶକ୍ତିଶାଳୀ କରିବାକୁ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପ୍ରୟାସ କରାଯାଊଛି। ଏହି ନିର୍ବାଚନ ମଣ୍ଡଳୀର ଅନେକ ବି ଜେ ପି କର୍ମୀ ଦଳ ଛାଡି ବିଜେଡ଼ିରେ ଯୋଗ ଦେଇଛନ୍ତି, ସନ୍ତୋଷିନୀ ମହାରଣା, ଦିପ୍ତି ସାହୁ, କମଳା ରେଡ଼ି, ଏମ. ଶଙ୍କର ରାଓ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଞ୍ଚଳର ବିକାଶ ପାଇଁ ଉତ୍ତମ ସେବା କରିବାର ସୁଯୋଗ ପାଇବା ଆଶାରେ ବି ଜେ ପି ଛାଡି ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ଦୀପ୍ତି ସାହୁ ।p କାହାର ଚାପ ବା ଧମକରେ ନୁହେଁ, ବରଂ ସ୍ବଇଚ୍ଛାରେ ବି ଜେ ଡି ରେ ଯୋଗ ଦେଇଥିବା ନେଇ କରାପଲ୍ଲୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବି ଜେ ଡି ନେତା ଏସ୍ ଧର୍ମରାଜ୍ ରେଡ୍ଡୀ। ଆଗାମୀ ଦିନରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଆହୁରି ସୁଦୃଢ କରାଯିବ ବୋଲି ଧର୍ମରାଜ୍ କହିଛନ୍ତି ।
ଦୀପ୍ତି ସାହୁ, ବି ଜେ ଡି କର୍ମୀ, ସାତ କୁଟୁଣି ।
-ଏସ୍ ଧର୍ମରାଜ୍ ରେଡ୍ଡୀ, ବି ଜେ ଡି ନେତା, ବ୍ରହ୍ମପୁର ।
ବ୍ରହ୍ମପୁରରୁ. ଶ୍ରୀକାନ୍ତ କୁମାର ବେହେରା ଙ୍କ ରିପୋର୍ଟ :
Post a Comment