//BREAKING//
Loading...

ମହା ସମାରୋହରେ ୧୫୫ତମ ସ୍ବାୟତ୍ତ ଶାସନ ଦିବସ ପା

 ମହା ସମାରୋହରେ ୧୫୫ତମ ସ୍ବାୟତ୍ତ ଶାସନ ଦିବସ ପା


ଳିତ


ବ୍ରହ୍ମପୁର , ୩୧/୦୮/୨୨ ( ପିବି ନ୍ୟୁଜ) : ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବୁଧବାର ସ୍ବାୟତ୍ତ ଶାସନ ଦିବସ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇଙ୍କ ଦ୍ବାରା ମହାନଗର ନିଗମ କାର୍ଯ୍ୟାଳୟରେ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ମେୟରଙ୍କ ତତ୍ତ୍ଵାବଧାନରେ ଡେପୁଟି ମେୟରଙ୍କ ନେତୃତ୍ବରେ ମୁଖ୍ୟ ଅତିଥୁ ରୂପେ ମାନ୍ୟବର ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବା ବେଳେ , ସମ୍ମାନିତ ଅତିଥି ରୂପେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବ୍ରହ୍ମପୁର ଶ୍ରୀ ବିକ୍ରମ କୁମାର ପଣ୍ଡା ପ୍ରମୁଖ ସୂଚନା ଅନୁଯାୟୀ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଥିଲେ । ସେଥ୍ ମଧ୍ୟରୁ ଶୁଭମ ବିହାର ଠାରେ ବେଡ୍‌ମିଣ୍ଟନ କୋର୍ଟ ନିର୍ମାଣର ଶିଳାନ୍ୟାସ , ହର୍ସ ବିହାର ୫ମ ଓ ୬ଷ୍ଠ ଗଳି ରାସ୍ତା ଏବଂ ନାଳର ଉନ୍ନତିକରଣ , ଗଣପତି ନଗର ୨ୟ ଗଳି ଉନ୍ନତିକରଣ , ଆର୍.ଡି.ସି. ଲେନ ସୌନ୍ଦର୍ଯ୍ୟକରଣ , ଦୁର୍ଗା ମନ୍ଦିର ବନ୍ଧ , ଲାଞ୍ଜିପଲ୍ଲୀ ଉନ୍ନତିକରଣ , ଗୋଇଲୁଣ୍ଡି ମିନି ପାର୍କ ଏବଂ ଚାଞ୍ଚଡା ପଥର ସାହି ରୋଡ଼ର ଉନ୍ନତିକରଣ , ଆମ୍ବପୁଆ , ଆଙ୍ଗୁଲି ଓ ଗୋଷାଣୀନୂଆଗାଁ ରାଜୀବ ଗାନ୍ଧୀ କଲ୍ୟାଣ ମଣ୍ଡପ ଠାରେ ସହରାଞ୍ଚଳ ସ୍ବାସ୍ଥ୍ୟ ସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ , କୁଠାରୀ ମନ୍ଦିର ସାହି ମୂଖ୍ୟ ରାସ୍ତା ଉର୍ଣ୍ଣତିକରଣ ଓ ପୋଲ ନିର୍ମାଣ , ଜଗନ୍ନାଥ ବିହାର ୧ମ ଗଳି ବଦ୍ଧିତକରଣ ସି.ସି. ରୋଡ ଓ ଡ୍ରେନ୍ ନିର୍ମାଣର ଶିଳାନ୍ୟାସ କରିଥିଲେ I ଏହାସହ ସନ୍ଧ୍ୟାରେ ସ୍ଥାନୀୟ ଖଲିକୋଟ କଲେଜ ଷ୍ଟାଡିୟମ୍ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ସମ୍ମାନିତ ଅତିଥି ରୂପେ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ଅଧିକାରୀ ଜିଲ୍ଲା ପରିଷଦ ତଥା ବ୍ରହ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ୱ କୀର୍ତ୍ତି ୱାସନ୍ , ମୁଖ୍ୟ ବକ୍ତା ରୂପେ ଓଡିଶା କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ମହାନଗର ନିଗମ କମିଶନର ଶ୍ରୀ ସୋନାଲ ଜେନା , ମେୟର ଶ୍ରୀମତି ସଂଘମିତ୍ରା ଦଳାଇ , ଡେପୁଟି ମେୟର ଇ.ବିବେକ ରେଡ୍ଡୀଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ସମସ୍ତ କର୍ପୋରେଟର ବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡା , ବକ୍ତୃତା , ଚିତ୍ର , ପ୍ରବନ୍ଧ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ବହୁ ଛାତ୍ରଛାତ୍ରୀ , ଯୁବକ ଯୁବତୀ , କଣ୍ଠଶିଳ୍ପୀ ମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା କର୍ପୋରେଟର ଓ ସାମ୍ବାଦିକ ମାନଙ୍କ ମଧ୍ୟରେ ବନ୍ଧୁତ୍ଵ ପୂର୍ଣ୍ଣ କ୍ରୀଡ଼ାରେ ବିଜୟ ଲାଭ କରିଥିବା ସାମ୍ବାଦିକ ଦଳଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ମନୋରଞ୍ଜନ କାର୍ଯ୍ୟକ୍ରମ ନିମନ୍ତେ ମୁଖ୍ୟ ଆକର୍ଷଣ ରୂପେ ହାସ୍ୟନେତା ପ୍ରଜ୍ଞା , କଣ୍ଠଶିଳ୍ପୀ ସତ୍ୟଜିତ , ଅଭିଜିତ୍ ମଜୁମଦାର , ଅର୍ପିତା , ଗୌତମ , ସୁଲଗ୍ନା , ଭାଗ୍ୟଶ୍ରୀ , ଶ୍ରୀଜେତା ପ୍ରମୁଖଙ୍କ ସମେତ ଜାତୀୟ ସ୍ତରର ପୁରସ୍କାର ପ୍ରାପ୍ତ ପ୍ରିନ୍ସ ଡେନ୍ସ ଗୃପ୍ ଓ ସହରର ଅନ୍ୟ ବହୁ ନୃତ୍ୟାନୁଷ୍ଠାନ ମାନଙ୍କର ନୃତ୍ୟକାର ମାନେ ନୃତ୍ୟ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ମାନନୀୟ ମେୟର ଶ୍ରୀମତି ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।


 01-09-2022



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe