ତା:31/08/2022(ବୁଧବାର) ବ୍ରହ୍ମା ନଗର/ଜ୍ୟୋତି ନଗର ଵରିଷ୍ଫ ନାଗରିକ ମଞ୍ଚର ତୃତୀୟ ବାର୍ଷିକୀ ଉତ୍ସବ, ସ୍ଥାନୀୟ ଶୁଭଲଗ୍ନ କଲ୍ୟାଣ ମଣ୍ଡପ ପରିସରରେ Event Plus ସହାୟତା କ୍ରମେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।
ସଭା ପ୍ରାରମ୍ଭରେ ଅତିଥି ଙ୍କ ଦ୍ଵାରା ଦ୍ବୀପ ପ୍ରଜ୍ଜ୍ଵଳିତ ତଥା କୁନି କୁନି ଛୁଆଙ୍କ ଦ୍ୱାରା ପରିବେଷିତ ସାମୁହୀକ ଭାଵେ ଦେଶାତ୍ମବୋଧକ ନୃତ୍ୟଗୀତ ପରିବେଷଣ ପରେ ମଞ୍ଚ ସଭାପତି ଭବାନି ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତା ତଥା ସମ୍ପାଦକ ସୁରେନ୍ଦ୍ର ପାଢିଙ୍କ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିଶୁ ବିଶେଷଜ୍ଞ ଡଃ ରବି କୁମାର ଶତପଥି ଯୋଗଦେଇ ପ୍ରସଙ୍ଗ କ୍ରମେ ଭଗବତ୍ ଗୀତା ଉଧୃତ ସ୍ୱାସ୍ଥ୍ୟ ଓ ସାମାଜିକ ବିଷୟରେ ବକ୍ତବ୍ୟ ରଖିଥିଲେ। ସେହିପରି ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ମେଜେର୍ ଜେନେରାଲ ତଥା ବରିଷ୍ଠ ଶିକ୍ଷାବିତ୍ ଡଃ ରମା ରମଣ ପାଢି ଙ୍କ ସମୟପଯୋଗୀ ଭାଷଣ ବେଶ୍ ସମୟପଯୋଗୀ ହୋଇପାରିଥିଲା।
ମଞ୍ଚ ତରଫରୁ ଆୟୋଜିତ ଶିଶୁ ପ୍ରତିଭା ଅନ୍ୱେଷଣର ବିଭିନ୍ନ ପ୍ରତିଯୋଗିତା ଯଥା:- ନୃତ୍ୟ, ସଂଗିତ ,ଚିତ୍ର ଲିଖନ, ବକ୍ତୃତା ଅସାଧାରଣ ଜ୍ଞାନ ଇତ୍ୟାଦିରେ କରାଯାଇଥିବା, 34 ଜଣ କୃତି ଛାତ୍ରଛାତ୍ରୀଙ୍କୁ ପଦକ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ତତ୍ ସହ ମଞ୍ଚର ଅତି ବରିଷ୍ଠ ନାଗରିକ ( 80ବର୍ଷ ବୟସ ରୁ ଉର୍ଦ୍ଧ) ଶ୍ରୀଯୁକ୍ତ ଇଶାନ ପାଣିଗ୍ରାହୀ ଓ ତ୍ରୀନାଥ ପଣ୍ଡାଙ୍କୁ ମାନପତ୍ର ସହ ଉପଢୌକନ ଦ୍ଵାରା ସମ୍ମାନିତ କରାଯାଇ ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟ ଙ୍କୁ ସ୍ୱାଗତ କରିବା ସହ ଆରୋଗ୍ୟ କାମନା କରାଯାଇଥିଲା।
ମଞ୍ଚାସିନ ସମ୍ପାଦକ ମଞ୍ଚ ର ସମ୍ପୁର୍ଣ ବିବରଣୀ ପାଠ କରିଥିବା ବେଳେ ମଞ୍ଚ ଉପଦେଷ୍ଟା ଅବସର ପ୍ରାପ୍ତ ପ୍ରସାଶନିକ ଅଧିକାରୀ ପ୍ରକାଶ ଚନ୍ଦ୍ର ଦାଶ ମଞ୍ଚର ସାଙ୍ଗଠନିକ ବିଧିବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ଆଗେଇ ନେବାରେ କାର୍ଯ୍ୟ କାରୀ ସଭାପତି,ଡି ଡି ରାଓ, ସାଙ୍ଗଠନିକ ସମ୍ପାଦକ ସୁକାନ୍ତ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ନରୋତ୍ତମ ଦାଶ୍ , ମୁଖ୍ୟ ସଂଯୋଜକ ଉମାଶଙ୍କର ପାଣି,ସହ ସଂଜୋଜକ ଇଶ୍ୱର ପ୍ରସାଦ ସାହୁ, ଅନ୍ୟତମ ସକ୍ରିୟ ସଦସ୍ୟ ଅଜିତ୍ ହୋତା,ଶରତ ଚନ୍ଦ୍ର ମହାପାତ୍ର, କାର୍ଯ୍ୟ କାରିଣୀ ସଦସ୍ୟ ନିରଞ୍ଜନ ମହାନ୍ତି, ଜ୍ୟୋତ୍ସ୍ନା ପଟ୍ଟନାୟକ,ସକ୍ରିୟ ସଦସ୍ୟା ସ୍ୱାଧିନା ପାତ୍ର,ଗୀତାରାଣି ପଟ୍ଟନାୟକ ତଥା ଅନେକ ବହୁ ସଦସ୍ୟ ସହ ଛାତ୍ର ଛାତ୍ରୀଙ୍କ ଅଭିଭାବକ ସମୁହ ଯୋଗ ଦେଇ କାର୍ଯ୍ୟ କ୍ରମକୁ ସମ୍ପର୍ଣ ସଫଳତା ପ୍ରଦାନ କରିଥିଲେ। ସର୍ବୋପରି Event Plus ର ସଂସ୍ଥାପକ ମନଜିତ୍ ହୋତାଙ୍କ ପ୍ରସଂସନିୟ ଅବଦାନ ପାଇଁ ସାଲ୍ ଉପଢୈକନରେ ଆପ୍ୟାୟିତ କରାଇ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ ସହ ସଭାସଂଗ କରାଯାଇଥିଲା।
Post a Comment