ରୋଟାରୀଆନ ବନ୍ଦିତା ତ୍ରିପାଠୀ ରୋଟାରୀ କ୍ଳବ ବ୍ରହ୍ମପୁର ମିଡଟାଉନ ର ସଭାପତି ଦାୟୀତ୍ୱ ଗ୍ରହଣ କରିଥିଲେ | କ୍ଳବର ଉନ୍ନତି ଓ ସମାଜର କିପରି ଉନ୍ନତି ହେବ ସେ ବିଷୟରେ ସଭାପତି ବନ୍ଦିତା ତ୍ରିପାଠୀ ନିଜର ଅଭିଭାଷଣ ରଖିଥିଲେ ଏବଂ ନୂତନ ସମ୍ପାଦକ ଭାବେ ରୋଟାରୀଆନ ସୁସ୍ମିତା ଶର୍ମା ନିଜର ଅଭିଭାଷଣ ରଖି ସମାଜକୁ ବାର୍ତା ଦେଇଥିଲେ |କାର୍ଯ୍ୟକ୍ରମରେ ପ୍ରଥମେ ଇଣ୍ଟ୍ରାକଟ୍ କ୍ଳବ ସଦସ୍ୟ ମାନେ ନିଜ ନିଜର ନୃତ୍ୟ ପରବେଷଣ ଦେଖାଇଥିଲେ ଏବଂ ଶେଷରେ ସେମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା କାର୍ଯ୍ୟକ୍ରମରେ ରୋଟାରୀଆନ ସ୍ୱାଧୀନ କୁମାର ପାତ୍ର ପବ୍ଲିକ ରେଳେସିନସିପ ଅଫିସର ଉପସ୍ଥିତ ଥିବାବେଳେ ରୋଟାରୀଆନ ପ୍ରଭାକର ରାଓ , ରୋଟାରୀଆନ ପ୍ରଭାକର ସାହୁ ରୋଟାରୀଆନ ମନୋଜ ଆଚାରି ରୋଟାରୀଆନ ରବି ନାରାୟଣ ପାତ୍ର ରୋଟାରୀଆନ ପାଣ୍ଡୁରାଙ୍ଗ ସୁବୁଦ୍ଧି ଏବଂ ରୋଟାରୀଆନ ସ୍ଵାଧୀନ ପାତ୍ର ପରିଚାଳନା କରିଥିଲେ | ନୂତନ ସଭାପତି ବନ୍ଦିତା ତ୍ରିପାଠୀ ଓ ସମ୍ପାଦକ ସୁସ୍ମିତା ଶର୍ମାଙ୍କ ନେତୃତ୍ୱରେ ୫ଟି ନୂଆ କ୍ଲବ ଗଠନ ହୋଇଥିଲା | ରୋଟ୍ରାକ୍ଟ କ୍ଳବ ମିଡ଼ ଟାଉନ ବ୍ରହ୍ମପୁର ସଭାପତି ଶୁଭଦ୍ରା ଶୁକ୍ଲାଙ୍କ ନାମ ଘୋଷଣା ହୋଇଥିଲା ଓ ଇନ୍ଟ୍ରାକଟ କ୍ଳବ ବ୍ରହ୍ମପୁର ମିଡଟାଉନ ଓଡିଆନ ଗୁରୁକୁଳ , ଇନ୍ଟ୍ରାକଟ କ୍ଳବ ବ୍ରହ୍ମପୁର ମିଡଟାଉନ କମୁନିଟୀ ,Rcc କୋନିଶି ର ନାମ ଘୋଷଣା କରାଗଲା | କ୍ଳବର ସମସ୍ତ ସଦସ୍ୟ ଓ ସମ୍ନାନିୟ ଅତିଥି ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ସଭାପତି ବନ୍ଦିତା ତ୍ରିପାଠୀ ମାସିକ ପତ୍ରିକା " ବ୍ରହ୍ମଚକ୍ର " ଉନ୍ମୋଚନ କରିଥିଲେ | ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ନାରୀ ସମାଜକୁ କିଛି ବାର୍ତା ଦେଇଥିଲେ ଓ ସମାଜରେ ନାରୀର ଗୁରୁତ୍ବକୁ ଆଲୋକପାତ କରିଥିଲେ |ଆଗାମୀ ଦିନରେ ସଚେତନତା ଓ ଜନହିତକର କାର୍ଯ୍ୟକ୍ରମ ଜାରି ରହିବ ବୋଲି କ୍ଳବ ସଭାପତି ତ୍ରିପାଠୀ କହିଥିଲେ
ଶେଷରେ ପ୍ରଭାକର ରାଓ ଚାଟାର୍ଡ ସଦସ୍ୟ ଧନ୍ୟବାଦ ଅର୍ପଣ କରିଥିଲେ |
Post a Comment