//BREAKING//
Loading...

କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବିରିବାଡ଼ିଆ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଟିତ*

 *କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବିରିବାଡ଼ିଆ  ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଟିତ*

     କୁକୁଡାଖଣ୍ଡି ବ୍ଲକ ବିରିବାଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବିଦ୍ୟାଳୟରେ ଅଧ୍ୟୟନ ରତ ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଆ ପଞ୍ଚାୟତର ସମିତି  ସଭ୍ୟ ତଥା ଆମ୍ବଗଡ଼ ସମବାୟ ସମିତି ସଭାପତି କାହ୍ନୁ ଚରଣ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବାଣ୍ଟିବା ସହିତ ଜଣେ ସୁନାଗରିକ ହେବା ପାଇଁ ବିଦ୍ୟାର୍ଥୀଙ୍କୁ ଉପଦେଶ ଦେଇଥିଲେ। ରାଜ୍ୟ ସରକାର ସବୁ ଗାଁ ରେ ସ୍କୁଲ ନିର୍ମାଣ କରି ଏକ ସୌଖିକ ବାତାବରଣ ସୃଷ୍ଟି କରିବା ସହିତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ସହ ଜୋତା ମଧ୍ୟ ପ୍ରଦାନ କରୁଥିବା କହିଥିଲେ I ଯାହାଦ୍ୱାରା ସମାଜରେ ସୃଷ୍ଟି ହୋଇଥିବା ଧନୀ ଗରିବ ଭେଦଭାବ ଦୂର ହେବା ସହିତ ଛାତ୍ରଛାତ୍ରୀ ମାନେ ମତଭେଦ ଭୁଲି ସମାଜର ଜଣେ ପ୍ରତିଷ୍ଟିତ ନାଗରିକ ହେବେ I ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅନୀଲ କୁମାର ଗୌଡ଼, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରାଜେନ୍ଦ୍ର କୁମାର ଗୌଡ଼ଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ଥିଲେ।ସହକାରୀ ଶିକ୍ଷୟତ୍ରୀ ବି.ସଙ୍ଗିତା କୁମାରୀ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହିଅବସରରେ ବହୁ ଗ୍ରାମବାସୀ ଏବଂ ଅଭିଭାବକ ଉପସ୍ଥିତ ଥିଲେ।


Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe