//BREAKING//
Loading...

ଷ୍ଟାର୍ ଲାଇଟ୍ସ୍ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା

   




   

            ବ୍ରହ୍ମପୁର ୪/୫ ( ସ୍ୱତନ୍ତ୍ର ନ୍ୟୁଜ଼ )ଗଞ୍ଜାମ କଳା ପରିଷଦଠାରେ ଷ୍ଟାର୍ ଲାଇଟ୍ସ ଡ୍ୟାନ୍ ଷ୍ଟଡିଓ ପକ୍ଷରୁ ହୁନୋର୍ କିଡ୍ସ ସିଜନ୍ ୪– ନାମରେ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ସହ ହୁନୋର୍ ଶିଶୁ କଳାକାର ସମ୍ମାନ-୨୦୨୬ ନୃତ୍ୟ ଗୁରୁ ତଥା ଷ୍ଟୁଡ଼ିଓ ନିର୍ଦେଶକ କେ .ଦିଲୀପ ରାଓଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠି ତ ହୋଇଯାଇଛି । ଏଥିରେ  ଅତିଥ୍‌ ରୂପେ  ଶିଶୁ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ସମଲେଇ ମହାରଣା , ଖ୍ୟାତନାମା ନୃତ୍ୟ ଗୁରୁ କ୍ରିଷ୍ଣା ରେଡ୍ଡୀ  ଓ ବରିଷ୍ଠ ସାମ୍ୱାଦିକ ତଥା କଣ୍ଠ ଶିଳ୍ପୀ ସୁଦୀପ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇ ଥିଲେ । ବିଚାରକ ରୂପେ ପୂର୍ଣ୍ଣଚନ୍ଦ୍ର ଦାସ ଉପସ୍ଥିତ ଥିବା ବେଳେ ଶିବାନନ୍ଦ ଓ ସୁନନ୍ଦା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ସ୍ନିଗ୍ଧା ରାଣୀ, ଶ୍ରୀଲତା,ସୌମ୍ୟାରାଣୀ, ବରୁଣ ,ପଞ୍ଚାନନ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିଲେ  । ଶେଷରେ ନୃତ୍ୟ ଓ  କୌତୁକ ପୋଷାକର କୃତି  ପ୍ରତିଯୋଗୀମାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe