ବ୍ରହ୍ମପୁର, ୧୮ ମାର୍ଚ୍ଚ:( ସ୍ୱତନ୍ତ୍ର ନ୍ୟୁଜ଼ )ରୟାଲ କଲେଜ ଅଫ ଫାର୍ମାସୀ ଏଣ୍ଡ ହେଲଥ ସାଇନ୍ସସର ବାର୍ଷିକ ଉତ୍ସବ 'ରୟାଲ ଭାଇଵେସନ୍ସ- ୨୦୨୬' ୧୭/୦୩/୨୦୨୬ ତାରିଖରେ ଅନ୍ଧପସରା ରୋଡ଼ ସ୍ଥିତ କଲେଜ୍ ପରିସରରେ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୫୦ ଛାତ୍ର/ଛାତ୍ରୀ, ୮୦ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଓ କର୍ମଚାରୀ ସହିତ ଅଭିଭାବକମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
କଲେଜର ଅଧକ୍ଷା ପ୍ରଫେସର ଏନ୍. ଉଷା ରାଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିବାସହ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ସେ କଲେଜର ଅବିରତ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଏହାର ଅବଦାନ ବିଷୟରେ ଆଲୋଚନା କରିଥିଲେ।
ମୁଖ୍ୟ ଅତିଥି ପ୍ରଫେସର ଦୁର୍ଗା ମାଧବ ଶତପଥୀ, MKCG. ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ, କଲେଜର ଏପରି କାର୍ଯ୍ୟକ୍ରମକୁ ସନ୍ତୋଷ ବ୍ୟକ୍ତ କରିବା ସହ ହେଲଥ କେୟାର ବ୍ୟବସ୍ଥାରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଅତୁଳନୀୟ ବୋଲି ସ୍ୱୀକାର କରିଥିଲେ।
ମୁଖ୍ୟବ୍ୟକ୍ତା ପ୍ରଫେସର ୱାଇ. ରୋଜା ରମଣୀ (OUHS, ଭୁବନେଶ୍ୱର) ଓ ସମ୍ମାନୀତ ଅତିଥି ପ୍ରଫେସର ବି. ନାଗେଶ୍ୱର ରାଓ ସୁବୁଧି, ରୁବି ଚକ୍ଷୁ ହସ୍ପିଟାଲର ଅଧ୍ୟକ୍ଷ, ସମାଜ ସେବାରେ ଫାର୍ମାସି ପେଶାର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଔଷଧର ଅନ୍ତିମ ଉପଭୋକ୍ତାଙ୍କ ସହ ଯୋଗାଯୋଗ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ଏହି ଉଦଘାଟନୀ ଉତ୍ସବରେ କଲେଜର ପୂର୍ବତନ ନିର୍ଦେଶକ ପ୍ରଫେସର ଡ଼. ପି. ନ. ମୃତ୍ତି ଓ ତାଙ୍କ ସହଧର୍ମିଣୀ ଯୋଗ ଦେଇଥିଲେ।
ରୟାଲ୍ ଏଜୁକେସନାଲ୍ ଏଣ୍ଡ ରିସର୍ଚ୍ଚ ସୋସାଇଟିର ଅଧ୍ୟକ୍ଷ ଡା. ଟି. ପ୍ରକାଶ ରାଓ ସୁସ୍ଥ ସ୍ୱାସ୍ଥ୍ୟ, ଜ୍ଞାନ ଓ କୌଶଳର ଗୁରୁତ୍ୱ ଉପରେ ଆଲୋକ ପାତ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଅବଧିରେ ସର୍ବୋତ୍କୃଷ୍ଟ ଜ୍ଞାନ ଅର୍ଜନ କରିବାକୁ ପ୍ରେରିତ କରିଥିଲେ।
ଭାଇସ୍ ପ୍ରିନ୍ସିପାଲ୍ ପ୍ରଫେସର ଉମା ଶଙ୍କର ମିଶ୍ର ଛାତ୍ର/ଛାତ୍ରୀଙ୍କୁ ପ୍ରେରଣା ଦେଇ ଶିକ୍ଷା ଓ ନିୟମିତତାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ।
ଏହି ଅବସରରେ ଛାତ୍ର /ଛାତ୍ରୀ ମାନଙ୍କୁ ବିଭିନ୍ନ ପୁରସ୍କାର ଦିଆଯାଇଥିଲା।
ଡା. ଶୈଳେଶ୍ଵର ରାୟ ସ୍ମୃତି ସର୍ବଶ୍ରେଷ୍ଠ ବି. ଫାର୍ମା ପୁରସ୍କାର -୨୦୨୫ ଦିଆଯାଇଥିବାବେଳେ ଶ୍ରୀମତୀ ସୁଶ୍ରୀତା ପଣ୍ଡାଙ୍କୁ ସର୍ବଶ୍ରେଷ୍ଠ ଡି. ଫାର୍ମା ପୁରସ୍କାର -୨୦୨୫ ଓ ଦେବ ଦୀପ ରାୟ ସ୍ମୃତି ପୁରସ୍କାର ସର୍ବଶ୍ରେଷ୍ଠ ଫାର୍ମାକଲୋଜି -୨୦୨୫ ଶ୍ରୀମତୀ ସମୀକ୍ଷା ସୌମ୍ୟଶ୍ରୀ ଫର୍ମାକୋଲୋଜି -୨୦୨୫ ପୁରସ୍କୃତ କରାଯାଇଥିଲା। ସେହିପରି ଦେବଦୀପ ରାୟ ସ୍ମୁତି ବ୍ୟାଡ଼ମିଣ୍ଟନ ଚମ୍ପିୟାନ -୨୦୨୫ ଦେବଆନନ୍ଦ ପାଢ଼ୀଙ୍କୁ ପୁରସ୍କୃତ କରାଯାଇଥିଲା।
କ୍ରୀଡା କ୍ଷେତ୍ରରେ ବ୍ୟାଡ଼ମିଣ୍ଟନ, କ୍ରିକେଟ, ଭଲିଵାଲ,କାରମ, ଚେସ, ଟଗ ଅଫ ୱାର, ଖୋ -ଖୋ
ଇତ୍ୟାଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ସାହିତ୍ୟ ଓ କଳା କ୍ଷେତ୍ରରେ ରଚନା, ଡିବେଟ, କୁଇଜ଼, ମେହେନ୍ଦି, ରଙ୍ଗୋଲି, ପ୍ରମୁଖ ପ୍ରତିଯୋଗିତା ହୋଇଥିଲା। ଫର୍ମାସିୟୁ- ଟିକାଲ ମଡେଲ ପ୍ରଦର୍ଶନୀ ମଧ୍ୟ ଆୟୋଜିତ କରାଯାଇ କୃତି ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି ଉଦଘାଟନୀ କାର୍ଯ୍ୟକ୍ରମକୁ ଆଶିଷ ସାହୁ ସମନ୍ନୟ କରିଥିଲେ ଓ ଶୁଭମ ପାଣିଗ୍ରାହୀ ଧନ୍ୟବାଦ ଜ୍ଞାପନ କରିଥିଲେ।





Post a Comment