//BREAKING//
Loading...

ସେବା, ସମର୍ପଣ ଓ ତ୍ୟାଗର ପ୍ରେରଣା ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର ମାଟିର ଗର୍ବ ପ୍ରସିଦ୍ଧ ଅବସରପ୍ରାପ୍ତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. କେ.ଲକ୍ଷ୍ମୀ ବାଇ...

 ବ୍ରହ୍ମପୁର, ୭/୧୨ :  ( ସ୍ୱତନ୍ତ୍ର ନ୍ୟୁଜ଼ )ସେବା, ସମର୍ପଣ ଓ ତ୍ୟାଗର ପ୍ରେରଣା ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର ମାଟିର ଗର୍ବ ପ୍ରସିଦ୍ଧ ଅବସରପ୍ରାପ୍ତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. କେ.ଲକ୍ଷ୍ମୀ ବାଇଙ୍କୁ ଭାବାନଗର ସ୍ଥିତ ନିଜ ବାସଭବନରେ ଓଡ଼ିଶା ସରକାରଙ୍କ ମାନ୍ୟବର ଖଣି ଓ ଇସ୍ପାତ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପହଞ୍ଚି ଡ଼ା. କେ. ଲକ୍ଷ୍ମୀ ବାଇଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ତାଙ୍କର ନିରାମୟତା ଓ ଦୀର୍ଘାୟୁ ପାଇଁ ଶୁଭକାମନା ଜଣାଇଥିଲେ ।

ଏହା ସହ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଲୀଳାମୟ ଠାକୁର ଜଗତର ଶ୍ରୀ ଜଗନ୍ନାଥଙ୍କ ଏକ ସୁନ୍ଦର ଫୋଟ ଚିତ୍ର ପ୍ରଦାନ କରିଥିଲେ । ଡ଼ା. କେ.ଲକ୍ଷ୍ମୀ ବାଇ ହେଉଛନ୍ତି ଦେଶ ସ୍ବାଧୀନତା ପୂର୍ବର ୧୯୪୫ ମସିହାର ଏସସିବି କଲେଜ ପ୍ରଥମ ବ୍ୟାଚର ଡ଼ାକ୍ତରୀ ଛାତ୍ରୀ । ପୂର୍ବତନ ସ୍ତ୍ରୀରୋଗ ବିଶେଷଜ୍ଞ ଡା. କେ. ଲକ୍ଷ୍ମୀ ବାଇ ନିଜର ସ୍ବଇଚ୍ଛାରେ ସଞ୍ଚିତ ୩ କୋଟି ୪୦ ଲକ୍ଷ ଟଙ୍କାକୁ ଭୁବନେଶ୍ୱର AIIMS ହସ୍ପିଟାଲରେ ସ୍ତ୍ରୀ ରୋଗ (କର୍କଟ) ଚିକିତ୍ସା ସେବା ପାଇଁ ଦାନ କରି ମାନବତା, ସମର୍ପଣ ଓ ତ୍ୟାଗର ଅଦ୍ଭୁତ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ଏହାକୁ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ସ୍ୱାଗତ ଜଣାଇ ପ୍ରଶସାଂ କରିବା ସହ ଧନ୍ୟବାଦ ଜଣାଇଥିଲେ ।

ଏହା ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ । ଏହି ଅବସରରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି,ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ୱତୀ ଦେବୀ,ଏସ୍.ରାଣୀ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଯୁବ ନେତା ସୁନିଲ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବି.ରବି ରାଓ,ଏସ୍.ଶ୍ରନୀବାସ୍,

ସରୋଜ ପାତ୍ର,କିଶୋର କୁମାର ସାହୁ,ଶୀତଲ ଜେନା,କୃଷ୍ଣ ପଲାଇ,ସଞ୍ଜୟ କୁମାର ଦାସ,ଅମର ସାହୁ,ଶକ୍ତି ପଟ୍ଟନାୟକ,ଶିରିଡ଼ି ବିକ୍ରମ,ସୁମିତ ପାତ୍ର,ଅର୍ଜୁନ ଦାସ,ମନୋଜ ସେଠୀ ପ୍ରମୁଖଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe