ବ୍ରହ୍ମପୁର ( ସ୍ୱତନ୍ତ୍ର ନ୍ୟୁଜ଼ )୨୪/୦୨ ରବିବାର ଆମ୍ବପୁଆ
ରକ୍ ବଗିଚା ମୁକ୍ତାକାଶ ମଞ୍ଚରେ ଚା ଚକୋଲେଟ ଖଟି ଗଞ୍ଜାମ ମୁକ୍ତ ମଞ୍ଚ ତରଫରୁ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବୋହୁ ସାହିତ୍ୟ ପ୍ରେମୀ ଯୋଗ ଦେଇ କବିତା , ଗଳ୍ପ , ଗୀତ ଓ ହସ କଥା କୁ ଉପଭୋଗ କରିଥିଲେ । ଯୁବ ସାହିତ୍ୟ ଡାଏରୀ ବା କାଗଜ କଲମ ଭିତରେ ସୀମିତ ନ ରହି ମଞ୍ଚ ରେ ଆବୃତ୍ତି ସୁଯୋଗ ଦିଆଯାଉ ବୋଲି ସମସ୍ତେ ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ରେ ସଂଯୋଜିକା ତଥା ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ଉପସ୍ଥାପନା କରିଥିବା ବେଳେ ଅଲେଖ ପାଳ, ବିଷ୍ଣୁ ଚରଣ ନାୟକ , ରମେଶ ହାଂସଦା , ରାଜେନ୍ଦ୍ର ଆୟାଙ୍ଗର, ମିହିର ତ୍ରିପାଠୀ, ସୁଶାନ୍ତ ଦାସ ପ୍ରମୁଖ ଯୋଗଦାନ କରିଥିଲେ । ଏଥି ସହିତ ଦୁଇ ଅନୁଶୀଳନ କବି ଅଲେଖ କୁମାର ପାଳ ଙ୍କ ନେପଥ୍ୟ ନାୟିକା ଓ କବି ଶଙ୍କର ବିଶ୍ୱାଳଙ୍କ ଏନ୍, ଏଚ୍ -୧୬ ପୁସ୍ତକ ର ଉନ୍ମୋଚନ କରାଯାଇଥିଲା । ହାସ୍ୟ ଅଭିନେତା ମଧୁସୂଦନ ମିଶ୍ର ଓ ପ୍ରୀତି ରଞ୍ଜନ ପ୍ରଧାନ ଙ୍କ ଦ୍ଵାରା ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଚନ୍ଦନ ମହାରଣା, ଚିରଞ୍ଜିବୀ ବାଡତ୍ୟା, ବର୍ଷାରାଣୀ ନାୟକ, ଶିବ ସେଠୀ , ତପସ୍ଵିନୀ ଭଉଳ , ମନୋଜ ପାଣିଗ୍ରାହୀ , ସତ୍ୟ ମହାରଣା , ଶଙ୍କର ବିଶ୍ୱାଳ ଉପସ୍ଥିତ ଥିଲେ । ଶେଷରେ ସୁନିଲ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Post a Comment