ବ୍ରହ୍ମପୁର ୭/୧ ( ସ୍ୱତନ୍ତ୍ର ନ୍ୟୁଜ଼ )
ଗଞ୍ଜାମ ଜିଲ୍ଲା ର ପୁରାତନ ମହିଳା କ୍ରିକେଟ ଆସୋସିଏସନ୍ କୁ ପୂର୍ଣ୍ଣ ଗଠନ କରାଯାଇ ଏହାର କର୍ମକର୍ତ୍ତା ମନୋନୀତ କରାଯାଇଛି। ସର୍ବସମ୍ମତି କ୍ରମେ ଶ୍ରୀମତି ନିବେଦିତା ପାଢ଼ୀ - ସଭାନେତ୍ରୀ, ସସ୍ମିତା ସାହୁ - ଉପ ସଭାନେତ୍ରୀ, ପ୍ରିତିରାଣି ମହଲା - ସମ୍ପାଦିକା, ପ୍ରଭାସିନୀ ପଣ୍ଡା - ସହ ସଂପାଦିକା, ଦେବସ୍ମିତା ଜେନା - କୋଷାଧ୍ୟକ୍ଷ ଓ ପରିଚାଳନା କମିଟି ସଦସ୍ୟା ଭାବେ ଜୟଶ୍ରୀ ପାଣିଗ୍ରାହୀ, ସାଧନା ପାଢ଼ୀ, ଇନ୍ଦ୍ରାଣୀ ସାବତ, ଶର୍ମିଲା ସାହୁ, ପୁଷ୍ପାଞ୍ଜଳୀ ମହାପାତ୍ର ମନୋନୀତ ହୋଇଥିଲେ। ଉପଦେଷ୍ଟା ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ସାହୁ ଓ ବିଶିଷ୍ଟ ସମାଜ ସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ସହମତି ପ୍ରଦାନ କରିଥିବା ସଭାନେତ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।ଏହି ଅବସରରେ ଶ୍ରୀ ସୁରେଶ ଦାଶ, ସନ୍ତୋଷ ମହାରଣା, ଅବନୀ ବେହେରା, ମଧୁସୂଦନ ସାହୁ, ପିନାଖି ରୁଦ୍ର ପ୍ରଧାନ, ତପନ ପଣ୍ଡା, ସେଜଲ୍ ଜେନା, ସୁଶୀଳା ମଲ୍ଲିକ, ମେଘନା ପଣ୍ଡା ,ପ୍ରଭାତୀ ପାଣିଗ୍ରାହୀ ଓ ମମତା ତରେୟୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
Post a Comment