//BREAKING//
Loading...

ବିଜେପି ବୈଠକ: ବିଧାୟକ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମହାଁମୁହିଁ*

 

ବ୍ରହ୍ମପୁର :- ( ସ୍ୱତନ୍ତ୍ର ନ୍ୟୁଜ଼ )ଶୃଙ୍ଖଳା ଡିଣ୍ଡିମ ପିଟୁଥିବା ଶାସକ ଦଳରେ ବଡ ବିଶୃଙ୍ଖଳା। ଯାହା ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ବିଜେପି ଏତେ ସଂଖ୍ୟାରେ ସିଟ ହାସଲ କରିଥିବା ବେଳେ ଜିଲ୍ଲାରେ ବିକାଶ ନକ୍ସା ବଦଳିବ ବୋଲି ଆଶାରେ ଅଛନ୍ତି ଜନତା। ହେଲେ ବିଜେପି ନେତାଙ୍କ ଭିତରେ ଗଣ୍ଡଗୋଳ ସମାଧାନ ହୋଇପାରୁନି, ସେମାନେ ଜିଲ୍ଲା କଥା ବିଚାର କରିବେ କେବେ ବୋଲି ଏବେ ଲୋକ ଆଲୋଚନା କଲେଣି। ଗଞ୍ଜାମ ଜିଲ୍ଲାରେ ଏବେ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ସହ ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଓ ବିଧାୟକ ଶ୍ରୀ କେ. ଅନୀଲ କୁମାରଙ୍କ ସହ ଅପଡ ଦେଖିବାକୁ ମିଳୁଛି। ଯାହା ଗତକାଲି ବ୍ରହ୍ମପୁରରେ ମଣ୍ଡଳ ସଭାପତି ଚୟନ ବୈଠକରେ ହୋଇଥିବା ଗଣ୍ଡଗୋଳରୁ ପୁଣି ସ୍ପଷ୍ଟ ହୋଇଛି। ଗିରିରୋଡ ପାଢ଼ୀ ସେଲିବ୍ରେଶନରେ ବିଧାୟକ ଅନିଲ କୁମାରଙ୍କ ବୈଠକରେ ମଣ୍ଡଳ ସଭାପତି ଚୟନକୁ ବିରୋଧ କରିଥିଲେ କିଛି ଯୁବନେତା। ଯେଉଁ ମାନେ ବିରୋଧ କରିଥିଲେ ସେମାନେ କୁଆଡେ ମନ୍ତ୍ରୀଙ୍କ ସମର୍ଥକ ବୋଲି କୁହାଯାଉଛି। ବୈଠକରେ କେବଳ ବିରୋଧରେ କଥା ସୀମିତ ନଥିଲା, ହାତାହାତି ଓ ଧମକ ଦିଆଯାଇଥିଲା। ଲୋକଲାଜ ଭୟରେ କେହି ଥାନାର ଦ୍ୱାରସ୍ଥ ହୋଇନଥିବା ଜଣାପଡିଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe