ବ୍ରହ୍ମପୁର :-୧୯/୧୨/୨୪ ( ସ୍ୱତନ୍ତ୍ର ନ୍ୟୁଜ଼ )ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟକୁ ପରିଦର୍ଶନ ପାଇଁ ଆସିଥିବା ନାକ୍ ଟିମ୍ ସଦସ୍ୟ ଆଜି ଛାତ୍ରୀନିବାସ, ପାଠାଗାର ପରିଦର୍ଶନ କଲେ । ଛାତ୍ରୀମାନଙ୍କର ସୁରକ୍ଷା ଓ ନିରାପତ୍ତା ସଂପର୍କରେ ଆଲୋଚନା କଲେ । ମହାବିଦ୍ୟାଳୟର ଇ-ଲାଇବ୍ରେରୀ , ରିଡିଙ୍ଗରୁମ୍ ଦେଖି ସନ୍ତୁଷ୍ଟ ହେଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ , ହିସାବ ଅଧିକାରୀ, ପରୀକ୍ଷା ବିଭାଗ , ଅଣ ଶିକ୍ଷକ କର୍ମଚାରୀଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଥିଲେ । ଏନ୍ସିସି, ଏନ୍ ଏସ୍ଏସ୍, ୟୁଥ୍ ରେଡକ୍ରସର ଅଧିକାରୀ ଓ ଛାତ୍ରୀମାନଙ୍କ ସହିତ ଆଲୋଚନା କଲେ । ମହାବିଦ୍ୟାଳୟର ଆଇକ୍ୟୁଏସି ସଂଯୋଜକଙ୍କ ସହିତ ଆଲୋଚନା କରିଥିଲେ l ଶେଷରେ ସମସ୍ତ କର୍ମଚାରୀଙ୍କ ସହିତ ଏକ ସଭା ମାଧ୍ୟମରେ ଆଲୋଚନା କରିବାକୁ ସ୍ଥିର କରିଥିଲେ ।
Post a Comment