//BREAKING//
Loading...

ମଞ୍ଚରତ୍ନ ନାରାୟଣ ସାମଲଙ୍କ ପାଇଁ ସମର୍ପିତ କାର୍ଯ୍ୟକ୍ରମ ‘ସ୍ମୃତିରେ ସ୍ମୃତିରେ’

 


ବ୍ରହ୍ମପୁର - ୨୬/୧୨ - ( ସ୍ୱତନ୍ତ୍ର ନ୍ୟୁଜ଼ )ଓଡ଼ିଆ ନାଟ୍ୟ ପରମ୍ପରାକୁ ଆଗେଇ ନେବା ସକାଶେ ଆଜୀବନ ସାଧନାରତ ରହି ନିଜ ଲେଖନ, ଅଭିନୟ ଓ ନିର୍ଦ୍ଦେଶନା ଜରିଆରେ ବ୍ରହ୍ମପୁରରର ନାଟ୍ୟଜଗତକୁ ମାର୍ଗଦର୍ଶନ କରିଆସିଥିବା ଜଣେ ଯଶସ୍ୱୀ ନାଟ୍ୟମନିଷୀ ଥିଲେ ମଞ୍ଚରତ୍ନ ନାରାୟଣ ସାମଲ ।

ସେ କେବଳ ମଞ୍ଚନାଟକକୁ ଗଞ୍ଜାମର ପୁରପଲ୍ଲୀରେ ପ୍ରସାରିତ କରି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉ ନଥିଲେ ବରଂ ନାଟକ ମାଧ୍ୟମରେ ସମାଜରେ ଜାଗରଣ ଆଣିବାରେ ପ୍ରଚେଷ୍ଟାରତ ଥିଲେ |

ଦାରିଦ୍ର୍ୟର କଷାଘାତରେ ହାରି ନ ଯାଇ ନିଜର ପ୍ରତିଭା ବଳରେ ସେ ରେଡ଼ିଓ, ଟେଲିଭିଜନ ଓ ସିନେମାରେ ନିଜର ସଂକ୍ଷିପ୍ତ ଯୋଗଦାନ ଦେବା ସହିତ ଗଞ୍ଜାମର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବାରେ ସଫଳ ହୋଇଥିଲେ |

ଜଣେ ପ୍ରସିଦ୍ଧ ମଞ୍ଚ ସାଜ୍ଜକ ଭାବେ ମଧ୍ୟ ସେ ଦୁର୍ଗାପୂଜା ଓ ଠାକୁରାଣୀ ଯାତ୍ରାରେ ଯେତିକି ପ୍ରଶଂସା ସାଉଁଟୁଥିଲେ, ତତୋଧିକ ସଂପ୍ରୀତି ଓ ସମ୍ମାନ ନିଜ ନାଟ୍ୟଜୀବନ ଓ ମାନବିକ ମୂଲ୍ୟବୋଧ ପାଇଁ ଅର୍ଜନ କରିଥିଲେ ।

ଆଜି ସେ ନାହାନ୍ତି ସତ, ହେଲେ ତାଙ୍କ ଜୀବନାଦର୍ଶ ନାଟ୍ୟଜଗତ ପାଇଁ ଆଜି ବି ପ୍ରେରଣାର ସ୍ରୋତ ସାଜି ନବପିଢ଼ିଙ୍କୁ ମାର୍ଗଦର୍ଶନ କରୁଛି ବୋଲି ଲକ୍ଷ୍ୟ ଓ ନିଳେନ୍ଦ୍ରୀ ନାରାୟଣ ଫାଉଣ୍ଡେସନ ଦ୍ୱାରା ପ୍ରକାଶମ ମିନି ହଲ ରେ ଆୟୋଜିତ କାର୍ଯ୍ୟକ୍ରମ ‘ସ୍ମୃତିରେ ସ୍ମୃତିରେ’ ଅବସରରେ ଅତିଥିମାନେ ମତପ୍ରକାଶ କରିଛନ୍ତି।

 ଫାଉଣ୍ଡେସନର ଅଧ୍ଯକ୍ଷ ମନୋଜ କୁମାର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୁପେ ସମାଜସେବୀ ରମେଶ ସାହୁ, ନାଟ୍ୟକାର ବିଚିତ୍ରା ନନ୍ଦ ବେବର୍ତ୍ତା, କୁକୁଡ଼ା ଖଣ୍ତୀ ବ୍ଲକ୍ ଅଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ର,ଗାୟକ ସୁଦୀପ କୁମାର୍ ସାହୁ , ଗୋକୁଳି ସାହୁ, ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ସଂତୋଷୀନି ବେହେରା,....

ପ୍ରମୁଖ ଯୋଗ ଦେଇଥିଲେ।


ଏହି ଅବସରରେ ଜୀବନବ୍ୟାପୀ ସାଧନା ସକାଶେ ବିଶିଷ୍ଟ ନାଟ୍ୟକାର ଲିଙ୍ଗରାଜ ନାହକ, ନିର୍ଦ୍ଦେଶକ ରାମ ସାସମଲ ଓ ଅଭିନେତ୍ରୀ ପ୍ରତିମା ପରିଡ଼ା ଶତପଥୀଙ୍କୁ ନାରାୟଣ ନାଟ୍ୟ ସମ୍ମାନରେ ବିଭୂଷିତ କରାଯାଇଥିଲା। ବହୁ ନୃତ୍ୟ ଓ ସଂଗୀତ ଶିଳ୍ପୀ ସେମାନଙ୍କ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ଅଭିଭୂତ କରିଥିଲେ। କାର୍ଯ୍ୟକ୍ରମରେ ଲକ୍ଷ୍ମୀନାରାୟଣ ସାବତ, ରଶ୍ମିତା କୁମାରୀ ଦଳାଇ, ଅନିଲ ପଟ୍ଟନାୟକ, ମହାନ ଦିବ୍ୟାତ୍ମନ ସାମଲ, ରଞ୍ଜିତା ପାତ୍ର,ବନିତା ଜେନା ଓ ମିନତି ଦଳାଇ ପ୍ରମୁଖ ସହଯୋଗ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe