ବ୍ରହ୍ମପୁର :- ୨୫/୧୨/୨୪ ( ସ୍ୱତନ୍ତ୍ର ନ୍ୟୁଜ଼ )ଏମକେସିଜି ମେଡ଼ିକାଲରେ ଥିବା ଥାଇରଏଡ ମେସିନ ଆଜକୁ ୬ ମାସ ହେବ ଖରାପ ଅଛି । ଏହି ମେସିନ ଗର୍ଭବତୀ ଓ କୋମଳମତି ଶିଶୁଙ୍କ ପାଇଁ ବେଶ୍ ଜରୁରୀ ହୋଇଥିଲେ ମଧ୍ୟ ଏହାକୁ ମରାମତି କରା ଯାଇନାହିଁ କିମ୍ବା ନୂତନ ମେସିନ ଅଣା ଯାଉନାହିଁ। ଏମକେସିଜିରେ ସରକାରଙ୍କ ' ନିଦାନ ' ଯୋଜନା ବାଟବଣା ହେଲା ଭଳି ମନେ ହେଉଛି । ଦୈନିକ ଶତାଧିକ ଗରିବ ମହିଳା, ଗର୍ଭବତୀ ଓ ଶିଶୁ ମେଡ଼ିକାଲ ବାହାରେ ଥିବା ଘରୋଇ ଡାଇଗ୍ନୋଷ୍ଟିକ କେନ୍ଦ୍ରକୁ ଯାଇ ପ୍ରତି ପରୀକ୍ଷା ପିଛା ପ୍ରାୟ ୫୦୦ ଟଙ୍କା ଗଣିବାକୁ ବାଧ୍ୟ ହେଉଛନ୍ତି । ଏମକେସିଜି କର୍ତ୍ତୃପକ୍ଷଙ୍କ ଚରମ ଅବହେଳାରୁ ଆଜି ପର୍ଯ୍ୟନ୍ତ ଏହା ସମାଧାନ ହୋଇ ପାରିନି ।
ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ
Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔
Subscribe
Post a Comment