//BREAKING//
Loading...

ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ମେମୋରିଆଲ୍ ଆନ୍ତଃରାଜ୍ୟ ଟି- ୨୦ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଘାଟିତ

 

ବ୍ରହ୍ମପୁର, ୧୯/୧୨/୨୦୨୪: ( ସ୍ୱତନ୍ତ୍ର ନ୍ୟୁଜ଼ )ଲିଡ୍ ସ୍ମୋଟିଂ କ୍ଲବ୍‌ର ଆନୁକୁଲ୍ୟରେ ପ୍ରଥମ ଭାରତ ରତ୍ନ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମେମୋରିଆଲ୍ ଆନ୍ତଃରାଜ୍ୟ ଟି- ୨୦ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ସ୍ଥାନୀୟ ମହାତ୍ମାଗାନ୍ଧି ଷ୍ଟାଡ଼ିୟମ୍ ଠାରେ ଆଜି ଉଦଘାଟିତ ହୋଇଯାଇଛି। ଏହାକୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ, ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉଦଘାଟନ କରିଛନ୍ତି। ଅନ୍ୟତମ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ଶ୍ରୀ ନୀଳମଣି ବିଶୋଇ ଯୋଗ ଦେଇ ଖେଳାଳି

ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଓ ଓଡ଼ିଶା ବାହାର ଦଳ ସହ ୧୨ଟି ଦଳ  ଅଂଶଗ୍ରହଣ କରୁଛନ୍ତି । ଏହାର ଫାଇନାଲ୍ ମ୍ୟାଚ୍ ତଥା ଉଦଯାପନି ଡ଼ିସେମ୍ବର ୨୫ ତାରିଖ ଦିନ ଯଥା ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ତିଥିରେ ରେ ଅନୁଷ୍ଠିତ  ହେବ । ଟୁର୍ଣ୍ଣାମେଣ୍ଟର ଅଧ୍ଯକ୍ଷ ତଥା ବ୍ରହ୍ମପୁର ବିଧାୟକ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେଉଥ‌ିବା  ଏହି ଉଦଘାଟନ ଉତ୍ସବରେ ବିଜେପି ର ବରିଷ୍ଠ ନେତା କାହ୍ନୁ ଚରଣ ପତି, ସରୋଜ ସାବତ ଟି.ଗୋପୀ, ନାରାୟଣ ପଣ୍ଡା, ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ , ବବିତା ପାତ୍ର,ବନମାଳୀ ସେଠି, ଶିଶିର ପାଢୀ, ପୀତବାସ ପଣ୍ଡା, ଶରତ ପଟ୍ଟନାୟକ ଙ୍କ ସମେତ ଲିଡସ କ୍ଲବ  ର  ତଥା ଆୟୋଜକ କମିଟି ର ଅଧ୍ୟକ୍ଷ ଇଂ. ମନୋଜ ଦଣ୍ଡପାଟ, ପରାମର୍ଶଦାତା କାମେଶ୍ୱର ରାଓ ଉପସ୍ଥିତ ଥିଲେ l ଆଜି ର ଉଦଘାଟନ ମ୍ୟାଚ ପ୍ରଗତି ସ୍ପୋଟିଙ୍ଗ କ୍ଲବ ବନାମ ସମ୍ବଲପୁର କ୍ରିକେଟ କ୍ଲବ ମଧ୍ଯ ରେ ଅନୁଷ୍ଠିତ ହେବ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe