//BREAKING//
Loading...

ଚିକିଟି ତାଲୁକା ପନ୍ଦରା ସମାଜ ଗିରିସୋଲା ପଞ୍ଚାୟତ କର୍ମ କର୍ତ୍ତା ନିର୍ବାଚନ

 


ଚିକିଟି :- ୦୨/୦୯/୨୦୨୪ ( ସ୍ୱତନ୍ତ୍ର ନ୍ୟୁଜ଼ )ସନ୍ଧ୍ୟାରେ ଗିରିସୋଲାଠାରେ ଗିରିସୋଲା ପଞ୍ଚାୟତ ପନ୍ଦରା ସମାଜର କର୍ମ କର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଅଛି । ଏଥୁରେ ତାଲୁକା ସଭାପତି ଶ୍ରୀଯୁକ୍ତ ନରସିଂହ ବେହେରା ତତ୍ବାବଧାନରେ ନିର୍ବାଚନ କରାଯାଇଥିଲା । ତାଲୁକାର ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରା ସହ ସମ୍ପାଦକ ରାଧା କୃଷ୍ଣ ବେହେରା କୋଷଧ୍ୟକ୍ଷ ସୁନିଲ କୁମାର ବେହେରା ଉପସ୍ଥିତ ଥିଲେ। ନରସିଂହ ବେହେରା ନାରୀ ଶିକ୍ଷା ଏବଂ ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧ୍ୟାକାରୀ ମାନେ କିପରି ପାଇପାରିବେ ସେଥି ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏହି ନିର୍ବାଚନରେ ପଞ୍ଚାୟତ ସଭାପତି ରୂପେ ସୁରେନ୍ଦ୍ର ବେହେରା ଉପସଭାପତି ରୂପେ ବାବୁଲା ବାଡ଼ତ୍ୟା, ସମ୍ପାଦକରୁପେ ଦେବେନ୍ଦ୍ର ବାଡ଼ତ୍ୟା, ସହ ସମ୍ପାଦକ ରୂପେ ବିପିନ ବେହେରା କୋଷଧ୍ଯକ୍ଷ ରୂପେ ସୁନିଲ ବେହେରା ଏବଂ ଉପଦେଷ୍ଟା ରୂପେ ରାମଚନ୍ଦ୍ର ବେହେରା ନିର୍ବାଚିତ ହୋଇଥିଲେ । ନିର୍ବାଚିତ କର୍ମ କର୍ତ୍ତା ମାନେ ପ୍ରତ୍ୟେକ ମାସରେ ବୈଠକ ରଖି 


ନିଃସ୍ବାର୍ଥପର ସେବା ସହ ସମାଜର ସୁବିଧା ଏବଂ ସମସ୍ୟା ଗୁଡିକରେ ଧ୍ୟାନ ଦେଇ ସମାଜର ଉନ୍ନତି କରିବା ପାଇଁ ସମସ୍ତଙ୍କୁ ତାଲୁକା ସଭାପତି ଶପଥ ପାଠ କରାଇଥିଲେ।ତାଲୁକା ସମ୍ପାଦକ ଉପସ୍ଥିତ ଥ‌ିବା ସାତ ଗୋଟି ପଞ୍ଚାୟତର ଏବଂ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ.



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe