ବ୍ରହ୍ମପୁର ତା ୨୬.୦୯.୨୦୨୪ { ସ୍ୱତନ୍ତ୍ର ନ୍ୟୁଜ଼ }ତାରିଖରେ ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଂଘ ଡ଼ାକରାରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହଂଘର ଗଂଜାମ ଜିଲ୍ଲା କମିଟି ଦ୍ୱାରା RDC କାର୍ଯ୍ୟାଳୟ ଠାରେ ଘ ୧୦ ଘଣ୍ଟା ଠାରୁ ମଧ୍ୟନ୍ହ ୧.୩୦ ମିନିୟ ଯାଏ ଧାରଣା ଦିଆଯାଇ ବିକ୍ଷୋଭ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପେନ୍ସନର ଓ ନୂତନ ପେନସନ (NPS) ଭୁକ୍ତ କର୍ମଚାରୀ ଯୋଗଦେଇଥିଲେ।
ଧାରଣା ସ୍ଥଳରେ ସଭାପତି ଡି.ମୋହନ ରାଓ, ସମ୍ପାଦକ ଶଙ୍କର୍ଷଣ ପାତ୍ର, ସହ ସମ୍ପାଦକ ନୀଳାଞ୍ଚଳ ମିଶ୍ର , ପୂର୍ବତନ ସଭାପତି କେ ନନ୍ଦେଷୁ ସେନାପତି ASN ଗୁପ୍ତା, ନିରାକାର ସାବତ, ପ୍ରଦୀପ କୁମାର ଦାସ , ପଞ୍ଚାନନ ଜେନା, ରବିନାରାୟଣ ପଣ୍ଡା କେନ୍ଦ୍ର ସରକାରଙ୍କ ପେନ୍ସନର ମାରଣ ନୀତି ନୂଆ ପେନସନ NPS ଓ ଉନିଫାଏଡ଼ ପେନସନ ଯୋଜନା (UPS) କୁ ଘୋର ବିରୋଧ କରିଥିଲେ । NPS ଓ UPS କୁ ବାତିଲ କରାଯାଇ ପୁରୁଣା ପେନ୍ସକୁ (OPS ) ହିଁ ସମସ୍ତ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି ରଖିଥିଲେ। ଏହାସହ ଓଡ଼ିଶାର ସମସ୍ତ ପେନସନର ମାନଙ୍କୁ କେନ୍ଦ୍ର ଅନୁରୂପ ଚିକିତ୍ସାଭତ୍ତା ପ୍ରଦାନ କରିବା, ବରିଷ୍ଠ ନାଗରିକଙ୍କୁ ଆଗରୁ ଦିଆଯାଉଥିବା ରେଳ ଟିକଟରେ ରିହାତି ପୁନଃ ପ୍ରଚଳନ କରିବା ଆଦି ୯ ଦଫା ଦାବୀ ସପକ୍ଷରେ ସ୍ଲୋଗାନ ଦିଅଯାଇଥିଲା।
ଅପରାହ୍ନ ୧ ଘଣ୍ଟା ସମୟରେ ସଭାପତି ଡି. ମୋହନ ରାଓଙ୍କ ନେତୃତ୍ୱରେ ସମ୍ପାଦକ ଶଙ୍କର୍ଷଣ ପାତ୍ର, ପୂର୍ବତନ ସଭାପତି କେ. ନାଂଦେଷୁ ସେନାପତି ଓ ASN ଗୁପ୍ତା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର, ବ୍ରହ୍ମପୁରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନରଙ୍କ ମାଧ୍ୟମରେ ସମ୍ମାନାନୀୟ ଭାରତର ପ୍ରଧାନ ମନ୍ତ୍ରୀ ଓ ସମ୍ମାନାନୀୟ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ବିହିତ ପଦକ୍ଷେପ ନେବାପାଇଁ ପ୍ରେରଣ କରାଗଲା।
ଏହି କାର୍ଯ୍ୟକ୍ରମରେ ଏମ୍.ନରସିଂହା,ଡି.ସୁଦର୍ଶନ ରାଓ, ଵି.ରାଙ୍ଗା ରାଓ, ଡି.ଗୁରୁମୂର୍ତୀ ପାତ୍ର, ମହର୍ଷି ସିଂ,T.ଯୋଗେଶ୍ୱର, କେଶବ ଗୌଡ଼ , ବସନ୍ତ କୁମାର ପାତ୍ର, ବି.ମୋହନ ରାଓ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ
Post a Comment