//BREAKING//
Loading...

ରାତି ସାରା ଛାତ୍ରଙ୍କୁ ମାନସିକ ନିର୍ଯାତନା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆସିଲା ରାଗିଂ

  ବ୍ରହ୍ମପୁର ( ସ୍ୱତନ୍ତ୍ର ନ୍ୟୂଜ଼ )

RAGGING IN BERHAMPUR UNIVERSITY: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆସିଛି ରାଗିଂ ଅଭିଯୋଗ । ରାତି ସାରା ପ୍ରଥମ ବର୍ଷ ଛାତ୍ରଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଇଥିବା ଅଭିଯୋଗ । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଲା ୟୁଜିସି ଆଣ୍ଟି ରାଗିଂ ସେଲ୍ । ଅଧିକ ପଢନ୍ତୁ

 ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ । ପ୍ରଥମ ବର୍ଷ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି । ବିଶ୍ୱବିଦ୍ୟାଳୟର ପଞ୍ଚମ ଛାତ୍ରାବାସରେ ରହୁଥିବା ପ୍ରଥମବର୍ଷର ଛାତ୍ରଙ୍କୁ ଦ୍ୱିତୀୟ ବର୍ଷର ଛାତ୍ରମାନେ ରାତି ତମାମ ରାଗିଂ କରିଥିବା ନେଇ ଜଣେ ପୀଡ଼ିତ ଛାତ୍ର ୟୁଜିସି ଆଣ୍ଟି ରାଗିଂ ସେଲ୍‌କୁ ଅବଗତ କରାଇଛନ୍ତି । ଏନେଇ ୟୁଜିସି ପକ୍ଷରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଇ-ମେଲ ଯୋଗେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।



ଛାତ୍ରାବାସରେ ରାଗିଂ ଅଭିଯୋଗ :

ସରକାରଙ୍କ ପକ୍ଷରୁ ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଏବଂ ସମସ୍ତ ମେଡିକାଲ ଓ ଇଂଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଗୁଡିକରେ ନୋ-ରାଗିଂ ସୂଚନା ଫଳକ ଲଗାଯିବା ସହିତ ଏନେଇ ଗଠିନ ହୋଇଛି ଆଣ୍ଟି ରାଗିଂ କମିଟି । ହେଲେ ଏହାରି ମଧ୍ୟରେ ମଧ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ଗତ (ଶନିବାର ଦିନ) ପ୍ରଥମ ବର୍ଷ ଛାତ୍ରଙ୍କୁ ଦ୍ୱିତୀୟ ବର୍ଷର କିଛି ଛାତ୍ର ମାନସିକ ଯନ୍ତ୍ରଣା ଦେଇ ରାଗିଂ କରିଥିବା ଜଣେ ଛାତ୍ର ୟୁଜିସିର ଆଣ୍ଟି ରାଗିଂ ସେଲ୍ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

 ପ୍ରଥମ ବର୍ଷରେ ନାମ ଲେଖାଇଥିବା ବିଦ୍ୟାର୍ଥୀମାନେ ବିଶ୍ୱବିଦ୍ୟାଳୟର ପଞ୍ଚମ ଛାତ୍ରାବାସରେ ରହୁଥିବା ବେଳେ ଗତ ଶନିବାର ରାତ୍ର ସମୟରେ ପ୍ରାୟ ୧୧ଟା ସମୟରେ ଅନ୍ୟ ଛାତ୍ରାବାସରେ ରହୁଥିବା କିଛି ଦ୍ଵିତୀୟ ବର୍ଷର ଛାତ୍ର ପ୍ରଥମ ବର୍ଷ ଛାତ୍ରମାନଙ୍କୁ ସେମାନଙ୍କ ନାମ, ଠିକଣା ପଚାରିବା ସହ ରାତ୍ରରୁ ଭୋର ସକାଳ ପର୍ଯ୍ୟନ୍ତ ନାଚ, ଗୀତ କରାଇ ଏକ ପ୍ରକାର ରାଗିଂ କରିଥିଲେ । ଯାହାର ତଦନ୍ତ ଆରମ୍ଭ କରିଛନ୍ତିି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।



ଆଣ୍ଟି ରାଗିଂ ଓ ଶୃଙ୍ଖଳା କମିଟି ବୈଠକ:

ଏହାକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୁରୁଣା ସିନେଟ ହଲରେ ଆଣ୍ଟି ରାଗିଂ ଓ ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ହଷ୍ଟେଲ ୱାର୍ଡେନ ଏବଂ ହଷ୍ଟେଲ ଦାୟିତ୍ବରେ ଥିବା ଅଧ୍ୟାପକ ଓ କର୍ମଚାରୀ ମାନେ ହଷ୍ଟେଲକୁ ଯାଇ ପିଲାଙ୍କ ସହ ଆଲୋଚନା କରିବା ସହ ପ୍ରତ୍ୟେକ ଛାତ୍ରାବାସ ବୁଲି ତଦାରଖ କରିଛନ୍ତି ।

ସିସିଟିଭି ଫୁଟେଜ୍ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ:

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ କହିଛନ୍ତି,"ଘଟଣାରେ କିଏ ଅଭିଯୋଗ କରିଛି ଏବଂ କେଉଁ ସିନିୟର ଛାତ୍ରମାନେ ଏହି ଘଟଣାର ସାମିଲ ରହିଛନ୍ତି, ତାହାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ବିଶ୍ୱବିଦ୍ୟାଳୟ ନିକଟରେ ନାହିଁ । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଛାତ୍ରାବାସରେ ରହିଥିବା ସିସିଟିଭି ଫୁଟେଜ୍ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । "




Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe