ବ୍ରହ୍ମପୁର 15/6 ( ସ୍ୱତନ୍ତ୍ର ନ୍ୟୁଜ଼ )ଅନେଶ୍ଵା କଳା କେନ୍ଦ୍ର ତରଫରୁ ଚାଣକ୍ୟ ଇନ୍ସ୍ତିଚୁଟ ଅଫ ଡାନ୍ସ ଏଣ୍ଡ ମଡେଲିଂ ର ସହଯୋଗରେ ରଜ ସଂକ୍ରାନ୍ତି ଉତ୍ସବ ଅଭିନନ୍ଦନ କଲ୍ୟାଣ ମଣ୍ଡପ ପରିସରରେ ପାଳିତ ହୋଇଯାଇଛି । ଚାଣକ୍ୟ ଅନୁଷ୍ଠାନ ର ନିର୍ଦ୍ଦେଶକ ଡ ଅଶୋକ କୁମାର ଦାଶ , କଳା କେନ୍ଦ୍ର ର ନିର୍ଦ୍ଦେଶିକା ଉଷା ରାଣୀ ମହାପାତ୍ର ,ସମାଜ ସେବିକା ଟି ପ୍ରେମାଞ୍ଜଳି ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା । ମୂଖ୍ୟ ଅତିଥି ରୂପେ ବିଧାୟକ କେ ଅନିଲ କୁମାର୍, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଡ ସୁବାସ ସାହୁ, ନାଳନ୍ଦା ବିଜ୍ଞାନ ମହାବିଦ୍ୟାଳୟ ର ଅଧକ୍ଷ କାଳୀ ଚରଣ ସାହୁ ଓ ଆୟୁର୍ବେଦ ପରାମର୍ଶ ଦାତା ବି. ଅନୁରାଧା ପ୍ରମୁଖ ଯୋଗ ଦେଇଥିଲେ। କେ ରାଜ୍ କୁମାର୍ ସେନାପତି, ସନ୍ତୋଷ କୁମାର ତ୍ରିପାଠୀ, ସୁଧାଂଶୁ ଶେଖର ଶତପଥୀ, ଓ ପ୍ରତିମା କୁମାରୀ ନାୟକ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।ଶେଷରେ ସଂସ୍କୁର୍ତିକ୍ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତି ଯୋଗିତାର କୃତି ପ୍ରତି ଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ରଜପରୀ , ରଜରାଣୀ ଓ ରାଜ କୁମାର ସବୁଠୁ ଆକର୍ଷଣ କାର୍ଯକ୍ରମ ଥିଲା, ଯାହାକୁ ସସ୍ମିତା ସାହୁ ପରିଚାଳନାରେ ସହ ଯୋଗ କରିଥିଲେ ।ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁ , ଡ. ମିହିର ତ୍ରିପାଠୀ ଓ ରାଇଜିଂଙ୍ଗ ଷ୍ଟାର ର ସସ୍ମିତା ସାହୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଶେଷରେ ରଶ୍ମିତା ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।
ରଜ ସଂକ୍ରାନ୍ତି ଉତ୍ସବ ରେ ଝୁମିଲେ ମହିଳା
By: SWATANTRA NEWS
0
Post a Comment