//BREAKING//
Loading...

ବ୍ରହ୍ମାନଗର ଓ ଯୋତିନଗର ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ବିଶ୍ବ ନିକେତନ ଜରା ନିବାସ ପରିଦର୍ଶନ


 


 ବ୍ରହ୍ମପୁର ୩୧/୦୫ ( ସ୍ୱତନ୍ତ୍ର ନ୍ୟୁଜ଼ )

ଆଜି  ବ୍ରହ୍ମାନଗର ଓ ଯୋତିନଗର ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ବିଶ୍ବ ନିକେତନ ଜରା ନିବାସ ପରିଦର୍ଶନ ନାଗରିକ ତରଫରୁ ଏକ ବାର ଜଣିଆ ପ୍ରତିନିଧି ଦଳ,ଗୋପାଳପୁର ରୋଡ ସ୍ଥିତ ରାମଚନ୍ଦ୍ର ପୁର ଗ୍ରାମ ରେ ଅବସ୍ଥିତ ମହାନ୍ ସଂଘ ଦ୍ୱାରା ପରିଚାଳିତ  "ବିଶ୍ୱ ନିକେତନ ଜରା-ନିବାସ" କୁ ଯାଇ ଅନ୍ତେ-ବାସିଙ୍କୁ ସୁଖିଲା ଖାଦ୍ୟ , ବିସ୍କୁଟ ଓ ପାଉଁ-ରୋଟି ପ୍ରଦାନ କରାଯିବା ସହ ସେମାନଙ୍କ  କିଛିଟା   ଆର୍ଥିକ ଅନୁଦାନ  ପ୍ରଦାନ କରିଥିଲେ।

      ତତ୍ ସହିତ ସେଠାରେ ଏକ ଭାବ-ପ୍ରବଣତା ବୈଠକ, ମଞ୍ଚ ବୟୋଜ୍ୟେଷ୍ଠ ସଦସ୍ୟ ପ୍ରଫେସର.ରମେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଁକାର ଧ୍ଵନି, ମହା ମୃତ୍ୟୁଞ୍ଜୟ ମନ୍ତ୍ର ଓ ଶାନ୍ତି ପାଠ ସହ ସମାପନ କରା ଯାଇଥିଲା। 

      ଏଥିରେ ଶ୍ରୀଯୁକ୍ତ ମହାପାତ୍ରଙ୍କ ବକ୍ତବ୍ୟ ବେଶ ପ୍ରଣିଧାନ ଯୋଗ୍ୟ ଓ ବହୁ ଉପାଦେୟତା ବହନ କରିଥିଲା।କାର୍ଯ୍ୟକ୍ରମ ରେ ଶ୍ରକାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଉମାଶଙ୍କର ପାଣି. ସଂଯୋଜକ, ସମ୍ପାଦକ.ସୁରେନ୍ଦ୍ର ପାଢି, କୋଷାଧ୍ୟକ୍ଷ.ନରୋତ୍ତମ ଦାଶ୍, ସୁକାନ୍ତ କୁମାର ପଟ୍ଟନାୟକ, ଈଶ୍ୱର ପ୍ରସାଦ ସାହୁ, ଗଣେଶ୍ୱର ମିଶ୍ର, ଶ୍ୟାମ ପ୍ରସାଦ ସାମଲ, ଶ୍ରୀମତି ଭବାନୀ ଉଦ୍ଗାତା, ମିନତି ସାହୁ ପ୍ରମୁଖ ଯୋଗ ଦେଇଥିଲେ।


ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଅନୁଷ୍ଠାନ ତରଫରୁ ବିଶ୍ବ ନିକେତନ ତରଫରୁ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏପରି ସେବା କାର୍ଯ୍ୟ କୁ ପ୍ରସଂଶା କରାଯାଇଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe