//BREAKING//
Loading...

ବିଶିଷ୍ଟ ଜ୍ୟୋତିରବିଦ୍ ରଙ୍କନିଧି ସାହୁଙ୍କ ପରଲୋକ*

 ସ୍ୱତନ୍ତ୍ର ନ୍ୟୁଜ଼ (ବ୍ରହ୍ମପୁର )

ବ୍ରହ୍ମପୁର୧୫/୪/୨୪: ସ୍ଥାନୀୟ ବିଜିପୁର ନିବାସୀ ରଙ୍କନିଧି ସାହୁ ରବିବାର ପବିତ୍ର ବିଷୁବ ସଂକ୍ରାନ୍ତି ହନୁମାନ ଜୟନ୍ତୀରେ ନିଜସ୍ୱ ବାସ ଭବନରେ ୮୧ ବର୍ଷ ବୟସରେ ଇହ ଲୀଳା ତ୍ୟାଗ କରିଥିଲେ l ରଙ୍କନୀଧି ସାହୁ ଜ୍ୟୋତିର୍ବିଦରେ ପାରଙ୍ଗମ ସହ ବିଜିପୁର ଜଗନ୍ନାଥ ମନ୍ଦିରରେ ଭାଗବତ ପାଠ ପ୍ରବଚନ କରି ଆସୁଥିଲେ। ରଙ୍କନିଧି ସାହୁ କରୋନା କାଳରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ଦାନ କରିଥିଲେ l ରଙ୍କନିଧି ସାହୁଙ୍କ ଦ୍ୱାରା ଲିଖିତ ଧାର୍ମିକ ଆଧ୍ୟାତ୍ମିକ ପୁସ୍ତକ ଶ୍ରୀରାମ ରସାମ୍ବୃତ ଗତବର୍ଷ ଫେବୃୟାରୀ ମାସରେ ବ୍ରହ୍ମପୁର ବିଧାୟକଙ୍କ କରକମଳରେ ଉନ୍ମୋଚନ ହୋଇଥିଲା l  ରଙ୍କନିଧି ଜଣେ ମେଳାପି ବନ୍ଧୁ  ଓ ସମାୟୁନବର୍ତିତା  ଓ ପରଉପକାରୀ ଥିଲେ ।



ରଙ୍କନିଧି ସାହୁଙ୍କ ନିଧନରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ସାହୁଙ୍କ ବିୟୋଗରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଲାଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ  ମୃତ୍ୟ ସମୟରେ ଶଯ୍ୟା ନିକଟରେ ଧର୍ମପତ୍ନି ସୁଦସ୍ନା ସହୁ,ଚାରି ପୂତ୍ର ନୀଳକଣ୍ଠ ସାହୁ,ନିରଞ୍ଜନ ସାହୁ, ନିର୍ମଳ ସାହୁ,ନୀଳାଞ୍ଚଳ ସାହୁ,ଦୁଇ କନ୍ୟା ବିଜୟ ଲକ୍ଷ୍ମୀ ସାହୁ ,ଉମା ପାତ୍ରଙ୍କ ବହୁ ସମ୍ପର୍କୀୟ ଉପସ୍ଥିତ ରହିଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe