*ଆଧୁନିକ ନୃତ୍ୟରେ ଝଲସିଲା ମଞ୍ଚ*
ବ୍ରହ୍ମପୁର - ୨୯/୦୨/୨୦୨୪ ( ସ୍ୱତନ୍ତ୍ର ନ୍ୟୂଜ଼ )କଳା ,ସାହିତ୍ୟ ଓ ସଂସ୍କୃତିର ହବ୍ ଗଞ୍ଜାମ। ସ୍ଥାନୀୟ କଳା ଓ କଳାକାରଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାରି ରହିଛି ବ୍ରହ୍ମପୁର ମହାନଗର ମହୋତ୍ସବ। କାରଣ ଗଞ୍ଜାମ ଜିଲ୍ଲାର କଳା ଓ କଳାକାର କେବଳ ରାଜ୍ୟ କାହିଁକି ବରଂ ସାରା ଦେଶ ଓ ବିଦେଶରେ ଖୁବ୍ ସୁନାମ ଅର୍ଜନ କରିଛନ୍ତି। ମହୋତ୍ସବ ର ସପ୍ତମ ସନ୍ଧ୍ୟାରେ ଅତିଥି ଭାବେ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର ନିର୍ଦ୍ଦେଶକ ଅଶୋକ କୁମାର ପାଣିଗ୍ରାହୀ, ହିଂଜିଳି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧକ୍ଷ ଇ. ରାଜେଶ ତ୍ରିପାଠୀ, ନାଲାନ୍ଦ ଶ୍ରୀ ର ଏମଡି କାଳୀ ଚରଣ ପଣ୍ଡା, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ବରିଷ୍ଠ ସାମ୍ବାଦିକ ଜ୍ୟୋତି ରଞ୍ଜନ ଦାଶ ମହୋତ୍ସବର ଉପ ସଭାପତି ମିହିର ତ୍ରିପାଠୀ, କ୍ରେଡେୟାର ସମ୍ପାଦକ ପ୍ରସନ୍ନ
ଯୋଗ ଦେଇ ଅନେକ ଲୁକାହିତ ପ୍ରତିଭାକୁ ମହାନଗର ମହୋତ୍ସବ ର ମଞ୍ଚ ସୁଯୋଗ ଦେବା ସହ ସେମାନଙ୍କୁ ପରିଚୟ ଦେଇଥାଏ ବୋଲି ମତ ରଖିଥିଲେ। ଏହି ଅବସରରେ ମହାନଗର ମହୋତ୍ସବ ର ଆବାହକ ଇ. ଉମା ଚରଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭା କାର୍ଯ୍ୟରେ ମହୋତ୍ସବ କମିଟିର ସଭାପତି ନାରାୟଣ ମହାଙ୍କୁଡ , ସମ୍ପାଦକ ଗୋପାଳ ପଟ୍ଟନାୟକ, ଅନୀଲ କୁମାର ପାତ୍ର ଉପସ୍ଥିତ ଥିଲେ। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ମହୋତ୍ସବର ସପ୍ତମ ସନ୍ଧ୍ୟାରେ ଓଡିଶା କଳା ଓ ସଂସ୍କୃତି ସୁନ୍ଦରଗଡ ପକ୍ଷରୁ ଢେଙ୍କାନାଳ ପାଇକ ଆଖାଡା, ସ୍ଥାନୀୟ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ , ଲୋକ ନୃତ୍ୟୁ , ଆଧୁନିକ ନୃତ୍ୟ ଆଦି ପରିବେଷଣ ହୋଇଥିଲା। ସେହିପରି କାର୍ଯ୍ୟକ୍ରମ ର ପ୍ରତ୍ୟକ ଅପରାହ୍ନ ରେ ଆୟୋଜିତ କବିତା ଆସରରେ ଜିଲ୍ଲା ତଥା ରାଜ୍ୟର ବହୁ ବିଶିଷ୍ଟ କବି ପ୍ରମୁଖ ଉପସ୍ଥିତ ରହି ନିଜର କବିତା ର ଶୀର୍ଷକ ଗାନ କରିଥିଲେ। ଅନ୍ୟପଟେ ମହୋତ୍ସବର ଆଉ ଏକ ଆକର୍ଷଣ ହେଉଛି ଜିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୧୦୦ ରୁ ଉର୍ଦ୍ଧ ଷ୍ଟାଲ । ଯେଉଁଥିରେ ଘରୋଇ ଉପକରଣ ସହ ଖାଇବା ଏବଂ ବିଭିନ୍ନ ପ୍ରକାର ସାମଗ୍ରୀର ବିକ୍ରିବଟା। ପରିଶେଷରେ ମହୋତ୍ସବ ସହ ସମ୍ପାଦକ ସତ୍ୟ ଚେତନ ପରିଡ଼ା ଓ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ସ୍ୱାଧୀନ କୁମାର ପାତ୍ର, ଅନନ୍ତ ପ୍ରଧାନ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।
Post a Comment