//BREAKING//
Loading...

କୁକୁଡାଖଣ୍ଡି ବ୍ଲକ ସ୍ତରୀୟ ପ୍ରଥମ ବିଶ୍ବ ସ୍ତରୀୟ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ*


 



କୁକୁଡାଖଣ୍ଡି ତା ୦୪/୦୨/୨୪ରିଖ ( ସ୍ୱତନ୍ତ୍ର ନ୍ୟୂଜ଼ )ଦିଗପହଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ଲାଞ୍ଜିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରଥମ ବିଶ୍ବ ସ୍ତରୀୟ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁକୁଡ଼ାଖଣ୍ଡି ବ୍ଲକ ବିଇଓ ସନ୍ତୋଷ କୁମାର ମହପାତ୍ର ଓ ସମ୍ମାନିତ ଅତିଥି ଭାବେ ଲାଞ୍ଜିଆ ପଞ୍ଚାୟତ ସମିତି ସଭ୍ୟ ତଥା ଆମ୍ବଗଡ ସମବାୟ ସେବା ସମିତିର ସଭାପତି କାହ୍ନୁ ଚରଣ ପାତ୍ର ଏବଂ ମୁଖ୍ୟବକ୍ତା ଭାବେ ଏବିଓ ତ୍ରିନାଥ ମଲ୍ଲିକ ଓ ସିମାଞ୍ଚଳ କାର୍ଜି  ଯୋଗଦାନ କରିଥିଲେ । ଅତିଥିମାନେ ଦୀପ ପ୍ରଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଭବାନୀ ଶଙ୍କର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ତେର ଟି କ୍ଲୋଷ୍ଟର ର ସମସ୍ତ ସି ଆର୍ ସି ସି , ଦକ୍ଷିଣପୂର କ୍ଲୋଷ୍ଟର ସି ଆର୍ ସି ସି ଦୁଷ୍ମନ୍ତ କୁମାର ପଟ୍ଟନାୟକ , ସାରଥୀ ପାତ୍ର , ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଶ୍ୟାମଘନ ସାହୁ ଓ ଶିକ୍ଷୟତ୍ରୀ ନମିତା ମହାରଣା ସଭାକାର୍ଯ୍ୟକୁ ତ୍ଵରାନିତ କରିଥିଲେ । ଉକ୍ତ ଉତ୍ସବରେ ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ବକୃତା, କୁଇଜ୍ , ଚିତ୍ରାଙ୍କନ ଏବଂ ଭାଷା ସାହିତ୍ୟ ଓ ସୃଜନଶୀଳତା ର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ । ଶେଷରେ ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

 ସର୍ବଶେଷରେ ପ୍ରଧାନ ଶିକ୍ଷୟତ୍ରୀ ନମିତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ଦାମୋଦର ପୂଜାରୀ , ସମସ୍ତ ସଭ୍ୟ , ପାଚିକା ମା ମାନେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe