//BREAKING//
Loading...

ବିଶ୍ୱା ତରଫରୁ ହିନ୍ଦୀ ଚଳଚିତ୍ର ତାରକା ଶାରାଖାନ୍ ଙ୍କ ଦ୍ବାରା ସାମ୍ୱାଦିକ ସୁଦୀପଙ୍କୁ ସମ୍ମାନ

 



 ବ୍ରହ୍ମପୁର,୧୯/୨ (  ସ୍ୱତନ୍ତ୍ର ନ୍ୟୂଜ଼ )ବିଶ୍ଵାସାମାଜିକ ଅନୁଷ୍ଠାନ ତରଫରୁ ଜାତୀୟ ସ୍ତରୀୟ ସମ୍ମାନ ସମାରୋହ ସହ ସୁନ୍ଦରୀ ପ୍ରତି ଯୋଗିତା ରବିବାର ଭୁବନେଶ୍ୱର ସ୍ଥିତ  କୀଟ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ନିର୍ଦ୍ଦେଶିକା ମମତା ପଟୱା ଓ ନିଶା କୋଡା ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ମୂଖ୍ୟ ଅତିଥି ରୂପେ କୀଟ ର ମୁଖ୍ୟ ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତ, ସମ୍ମାନୀତ ଅତିଥି ଭାବେ ଲେଖିକା ଡ.ଇତି ସାମନ୍ତ, ଶ୍ରୀମୟୀ ମିଶ୍ର ଙ୍କ ସମେତ ମୁଖ୍ୟ ଆକର୍ଷଣ ଭାବେ ହିନ୍ଦୀ ଚଳଚ୍ଚିତ୍ର ଜଗତର ତାରକା ସାରା ଖାନ , ବଲିଉଡ ଆର୍ଟିଷ୍ଟ ରାଜୁ ଉପେସର୍ ଙ୍କ ସହ ୧୬ଜଣ ଭିଭିଆଇପି ଯୋଗ ଦେଇ ସଭିଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବବିତା ମହାନ୍ତି ଓ ପ୍ରବିଣା ତ୍ରିପାଠୀ ଙ୍କୁ ଏଠାରେ କ୍ରାଉନିଂ ସମ୍ମାନ ଭାବେ ମୁକୁଟ ପରିଧାନ କରାଯାଇଥିଲା ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ସାରା ଙ୍କ ଦ୍ଵାରା । ସେହିପରି ମହିଳା ମାନଙ୍କୁ ନେଇ ବହୁ ପ୍ରତିଁଯୋଗିତା ଆୟୋଜନ କରାଯାଇ ପୁରସ୍କାର ପ୍ରଦାନ କରଯାଇଥିଲା । ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ଲାଗି ବୋହୂ ପ୍ରତିଭାଧାରିଙ୍କୁ ମଧ୍ୟ  ସମ୍ବର୍ଧନା ପ୍ରଦାନ କରା ଯାଇଥିଲା । ସୁନ୍ଦରୀ ପ୍ରତି ଯୋଗୀତାରେ ବିଚାରକ ରୂପେ ବ୍ରହ୍ମପୁର ର କରିଶ୍ମା ଖାନ ଓ ଇଶଙ୍କା ସାହୁ ଯୋଗ ଦେଇଥିଲେ । ବ୍ରହ୍ମପୁର ର ବରିଷ୍ଠ ସାମ୍ବାଦିକ ,ଗାୟକ , ଓକିଲ ତଥା ଅଭିନେତା ସୁଦୀପ କୁମାର୍ ସାହୁ ଓ ଫ୍ୟାସନ ସୋ ପରିଚାଳିକା ଟୁଇଙ୍କଲ ଗମାଙ୍ଗ ଙ୍କୁ ହିନ୍ଦୀ ଚଳଚ୍ଚିତ୍ର ତାରକା ସାରା ଖାନ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ ।ରାଜ୍ୟ ତଥା ଭାରତର ବହୁ ରାଜ୍ୟ ରୁ ମହିଳା ଏଠାରେ ଯୋଗ ଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe