//BREAKING//
Loading...

ଲକ୍ଷାଧିକ ଟଙ୍କା ଧରି ଭାରତ ଫାଇନାନ୍ସ ର ଦୁଇ କର୍ମଚାରୀ ଚମ୍ପଟ

 


ବାଲିଗୁଡା: ସ୍ୱତନ୍ତ୍ର ନ୍ୟୂଜ଼ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟରେ ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ ଲିମିଟେଡ଼୍‌ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ବାବଦକୁ ୨ ଲକ୍ଷ ୯୦ ହଜାର ୩୫ ଟଙ୍କା ଆଦାୟ କରି କେଉଁଆଡ଼େ ଚମ୍ପଟ ମାରିଥିବା ସଂସ୍ଥାର ଶାଖା ପରିଚାଳକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କର୍ମଚାରୀ ଦ୍ବୟ ହେଲେ ଗଞ୍ଜାମର ଦିବାକର ରାଉତ ଓ ରାୟଗଡ଼ାର ଜଗନ୍ନାଥ ବେହେରା। ସଂସ୍ଥାର ଶାଖା ପରିଚାଳକ ନୟାଗଡ଼ ଜିଲ୍ଲା ଶରଣକୁଳ ଗ୍ରାମର ଋଷିକେଶ ରାଉତ ଏନେଇ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟିକାବାଲି ପୁଲିସ କେଶ ନଂ. ୧୧୧/୨୩ ରେ ରୁଜୁ କରି ତଦନ୍ତ ଚଲାଇଥିବା ବିଷୟ ଥାନା ଅଧିକାରୀ କଲ୍ୟାଣୀମୟୀ ଷେଣ୍ଢ ସୂଚନା ଦେଇଛନ୍ତି। ଅନ୍ୟପଟେ ଋଣଧାରୀମାନେ ଉକ୍ତ ଫାଇନାନ୍ସ ସଂସ୍ଥାକୁ ଆସି ରସିଦ ଦେଖାଇ ଋଣ ପରିଶୋଧ କରିଥିବା ନେଇ ଶାଖା ପରିଚାଳକଙ୍କୁ ଜଣାଇଛନ୍ତି।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe