//BREAKING//
Loading...

ବେକରେ ରଶି ଲଗାଇ ଆତ୍ମହତ୍ୟା

 ଫାଶୀ ଲଗାଇ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା


ବେଲଗୁଣ୍ଠା,16/12,(ସ୍ୱତନ୍ତ୍ର ନ୍ୟୁଜ଼ )ଗାଙ୍ଗପୁର ଥାନା ଅନ୍ତର୍ଗତ ନୂଆପଡା ଗ୍ରାମରେ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି I ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଲେ ନୂଆପଡା ଗ୍ରାମର ସୁଜନ ପରିଡ଼ା ଓରଫ ଟିଆଁ(50) I ସୁଜନର ପରିବାର ଲୋକେ ସୁରତରେ ରହୁଥିବା ବେଳେ ସୁଜନ ଗାଆଁରେ ଏକା ରହି ଲିଆ ମୁଢ଼ି ବିକ୍ରି କରି ଚଳୁଥିଲେ I ସେ ଗତକାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ଗ୍ରାମବାସୀ ଗାଙ୍ଗପୁର ଥାନାରେ ଖବର ଖବର ଦେଇଥିଲେ I ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିଲେ I ତେବେ ସୁଜନର ପରିବାର ଲୋକେ ସୁରତରୁ ଗାଆଁକୁ ଫେରିବାକୁ ଦୁଇ ତିନି ଦିନ ସମୟ ଲାଗିବା ଏବଂ ତିନିଦିନ ପର୍ଯ୍ୟନ୍ତ ଶବକୁ ଗାଆଁରେ ରଖିବା ସମ୍ଭବ ନଥିବାରୁ ଗ୍ରାମବାସୀ ସୁଜନର ଶବ୍ଦକୁ ପୋଲିସ୍ ସହାୟତାରେ ସଂସ୍କାର କରିଥିଲେ I ଏନେଇ ଗାଙ୍ଗପୁର ଥାନାରେ 27/22 ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ଘଟଣାର ତଦନ୍ତ କରାଯାଉଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି I


ରିପୋର୍ଟ-ସୁଧାଂଶୁ ଶେଖର ବିଷୋୟୀ


Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe