//BREAKING//
Loading...

ମାନ୍ୟବର ଜଷ୍ଟିସ ସଂଜୀବ ପାଣିଗ୍ରାହୀ ଙ୍କ କୈଫ୍ୟାତ୍ତାଳବ ସମ୍ୱନ୍ଧୀୟ.

ବ୍ରହ୍ମପୁର 16/12/22(ସ୍ୱତନ୍ତ୍ର ନ୍ୟୁଜ଼ )



ଭାରତୀୟ ବିକାଶ ପରଶଦ 

           ମାନ୍ୟବର ଜଷ୍ଟିସ  ସଂଜୀବ ପାଣିଗ୍ରାହୀ ଙ୍କ କୈଫ୍ୟାତ୍ତାଳବ ସମ୍ୱନ୍ଧୀୟ.         

        

ଭାରତୀୟ ବିକାଶ ପରିଷଦତରଫରୁ  ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶାଙ୍କ ଠାରେ  wpc no- 29115/22 ଏକ ମାମଲା କରାଯାଇଥିଲା ତା 08.12.22 ରେ  ଜସ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କ କୋର୍ଟ୍ରରେ ଶୁଣାଣି ହେଇଥିଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଷ୍ଟାଣ୍ଡିଙ୍ଗ କାଉନସିଲ ଉପସ୍ଥିତ ରହି ସୁନାନୀରେ ଭଗନେଇଥିଲେ  ଭାରତୀୟ ବିକାଶ ପରିଷଦ ଙ୍କ ଆଇନଜୀବୀ ଅପାତିକରିଥିଲେ ଯେ ଏକ୍ସପ୍ଲୋସିଭ act 1884 ଅଇନାବଳି 2008 ଆଇନ 103 ର ଉଲଂଘନ ହେଇଛି କାରଣ  ସ୍ମାର୍ଟକେମ ଟେକ୍ନୋଲୋଜି ଲିମିଟେଡ଼ ର କମ୍ପାନୀ ରେଜିଷ୍ଟ୍ରସନ ସମୟରେ ଜିଲ୍ଲାପାଳ ଙ୍କୁ ମିନିଷ୍ଟ୍ରି ଅଫ କମ୍ପାନୀ ଅଫୈର୍ସ  କେନ୍ଦ୍ର ସରକାର  ଆପତ୍ତି ପ୍ରମାଣ ପତ୍ର ପାଇଁ ନୋଟିସ ଜରିକରିଥିଲେ, ନିୟମ ଅନୁଯାୟୀ ପ୍ରସ୍ତାବିତ କମ୍ପାନୀ ସ୍ଥଳ ଠାରୁ ଚତୁଃର୍ଦିଗର 1.5 କିମି ଦୂରତାର ସମସ୍ତ ଗ୍ରାମ ଙ୍କୁ ଏନ ଓ ସି ଚିଠି ପାଇବାର ସାତ ଦିନ ମଧ୍ୟରେ  ଆପତ୍ତି ଅଭିଯୋଗ ଗ୍ରହଣ  କରି   ପ୍ରାପ୍ତ ଆପତ୍ତି ଉପରେ ମାସକ ମଧ୍ୟରେ ଶୁଣାଣି  କରି ଏନ ଓ ସି ପଠାଇବା ନିୟମ ଥିବା ବେଳେ ତତ୍କାଳୀନ ଜିଲ୍ଲାପାଳ ଗଞ୍ଜାମ ଆପତ୍ତି ଅଭିଯୋଗ ଗ୍ରହଣ କରିନାହାନ୍ତି, ତେଣୁ କମ୍ପାନୀ ରେଜିଷ୍ଟ୍ରସନ ଏନ ଓ ସି ପ୍ରତ୍ୟାହାର କରାଯାଉ ଏବଂ ଅମାନିଆ ନାଇଟରାଟ ଆଇନ 2012 ଆଇନ ଆଇନ 41 ପ୍ରକାରେ କମ୍ପାନୀ

ଅଂଚଳବାସୀଙ୍କ  ଜୀବନ ଯାପନରେ ଶାନ୍ତି ଓ ନିରାପତ୍ତା ବ୍ୟାଘାତ ହୁଏ ଏନ ଓ ସି ମଧ୍ୟ ପ୍ରତ୍ୟାହାର କରାଯାଉ, ଦୀର୍ଘ ଛ ମାସ ହେଲା ଅଂଚଳରେ ଶାନ୍ତି ଓ ନିରାପତ୍ତା ନାହିଁ  ତେଣୁ  ଏନ ଓ ସି ପ୍ରତ୍ୟାହାର କରାଯାଉ ବୋଲି ଯୁକ୍ତି ବଢିଥିଲେl

  ସେହିପରି    ସ୍ମାର୍ଟକେମ ଟେକ୍ନୋଲୋଜି ଟେକନିକାଲ ଏମୋନିଆ ନାଇଟରେଟ କମ୍ପାନୀ ପ୍ରତିଷ୍ଠା ପାଇଁ ଜନଶୁଣାଣୀ କରାଯାଇନାହିଁ କିନ୍ତୁ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ 4.0 ଏଲ ଟିପିଏ ରେବାର ମିଲ,55,000 ଟିପିଏ  ହାଇ କାର୍ବନ ଫେରୋକ୍ରୋମ ପ୍ଲାଣ୍ଟ ଏବଂ 1.2 ଏମଜିଡ଼ି ଦେଶାଳୀନସନ ପ୍ଲାଣ୍ଟ ସ୍ଥାପନ ପାଇଁ  ତା 20.09.2011 ରେ ରାଜସ୍ବ ନିରୀକ୍ଷକ ଚମାଖଣ୍ଡି ନିକଟରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ଗଞ୍ଜାମ ଡ଼କ୍ଟର ଶଶୀ ଭୂଷଣ ପାଢ଼ୀ ଙ୍କ ସଭାପତିତ୍ୟ ଜନଶୁଣାଣୀ କରାଯାଇଥିବା ସ୍ଥଳେ ସ୍ମାର୍ଟକେମ ଭଳି ବିସ୍ପାରୋକ ତିଆରି କମ୍ପାନୀ ପାଇଁ କାହିଁକି ଜନଶୁଣାଣୀ ହେବନାହିଁ ବୋଲି ଆଇନଜୀବୀ ଶ୍ରୀ ଜେନା ଯୁକ୍ତି ବାଡ଼ି କହିଲେ ଜନଶୁଣାଣୀ ଅନୁଷ୍ଠିତ କରାଯାଉ l

ସେହିପରି  କେନ୍ଦ୍ର ସରକାରଙ୍କ  ଜଙ୍ଗଲ, ପରିବେଶ  ମନ୍ତ୍ରାଳୟ ପରିବେଶ  ପ୍ରମାଣ ପତ୍ରରେ ଲିପିବଦ୍ଧ କରିଛନ୍ତି ଯେ ପରିବେଶ ସମ୍ଭୋଦୀୟ କୌଣସି   ବିଷୟ ରେ ମିଥ୍ୟା ରିପୋର୍ଟ କିମ୍ଭା   ତଥ୍ୟ ଲୁଚାଯାଇଥାଏ ପରିବେଶ ପ୍ରମାଣ ପତ୍ର  ପ୍ରତ୍ୟାହାର କରାଯାଇ ପାରିବ l  ସ୍ମାର୍ଟକେମ ଟେକ୍ନୋଲୋଜି ପରିବେଶ  ଟେକ୍ନିକାଲ ଟିମ ନିମ୍ନ ଲିଖିତ ପ୍ରକାରେ ମିଥ୍ୟା ଓ ପାରିଦେଶ  ସମ୍ଭୋଦୀୟ ତଥ୍ୟ  ଲୁଚାଇଛନ୍ତି  ତେଣୁ ପରିବେଶ ପ୍ରମାଣ ପତ୍ର ମଧ୍ୟ ପ୍ରତ୍ୟାହାର କରାଯାଉ ବୋଲି ଯୁକ୍ତି ବାଢିଥିଲେ   ଏବଂ କୋର୍ଟଙ୍କ ଗୋଚରକୁ ଆଣିଥିଲେ ଯେ ଅଭିଯୋଗକାରୀ ମାନେ ପନ୍ଦର ଦିନିକିଆ ନୋଟିସ ସମ୍ପୃକ୍ତ ଅଧିକାରୀ ମାନଂକୁ ପ୍ରମାଣ ପତ୍ର ଓ ଏନଅସି ପ୍ରତ୍ୟାହାର କରିବା ପାଇଁ ଦାବି 26.09 22 ରେ କରିଥିଲେ ମଧ୍ୟ  45 ଦିନ ପ୍ରଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ l  ତେଣୁ ସମସ୍ତ ପ୍ରମାଣ ପତ୍ର ପ୍ରତ୍ୟାହାର କରାଯାଉ l

 ସମସ୍ତ  ମହକିଲଙ୍କ   ଆପତ୍ତି ଅଭିଯୋଗ ଶୁଣାଣି ପରେ  ମାନ୍ୟବର  ଜଷ୍ଟିସ ସଞ୍ଜିବ ପାଣିଗ୍ରାହୀ  ନିର୍ଦେଶ ପ୍ରଦାନ କରି  ଜିଲ୍ଲାପାଳ ଗଞ୍ଜାମ, ସଚିବ  ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ କେନ୍ଦ୍ର ସରକାର ଏବଂ ଚେୟାରମ୍ୟାନ ସ୍ମାର୍ଟକେମ ଟେକ୍ନୋଲୋଜି ଙ୍କୁ କୈଫୟତ ତଲବ କରିଲେ ଯେ  କାହିଁକି ପ୍ରମାଣ ପତ୍ର ଓ ଏନଓସି ପ୍ରତ୍ୟାହାର କରା ନଯିବ?  ତାହାର ଲିଖିତ ଉତ୍ତର ଆସନ୍ତା ତା 18.01.2023 ସୁଦ୍ଧା ପ୍ରଦାନ କରିବେ  ଆସନ୍ତା ଶୁଣାଣି ତା 18.01.23 ରେ ପରବର୍ତୀ ଶୁଣାଣି ପାଇଁ ଦିନ ଧlର୍ଯ୍ୟକରିଛନ୍ତି l


 ନିମ୍ନମତେ ଦର୍ଶାଗଲା ଏନଓ ସି ଓ ପରିବେଶ ସମ୍ଭୋଦୀୟ ବେନିୟମ କାର୍ଯ୍ୟ ଆଇନ ଉଲଂଘନ କରି  ପ୍ରମାଣ ପତ୍ର ପ୍ରଦାନ ପାଇଁ ତତ୍କାଳୀନ ଜିଲ୍ଲାପାଳ ଗଞ୍ଜାମ, ପରିବେଶ ମନ୍ତ୍ରଣାଳୟ ଅଧିକାରୀ କେନ୍ଦ୍ରସରକାର ଓ ସ୍ମାର୍ଟକେମ ଟେକ୍ନୋଲୋଜି ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ କରାଯାଇଛି ଦର୍ଶାଗଲା :-

ଉକ୍ତ ମାମଲାରେ ଦର୍ଶାଯାଇଛିଯେ 1995- 96 ମସିହାରେ ଇଡ୍କୋ ଜରିଆରେ ଗୋପାଳପୁର ଠାରେ ଟାଟା ମେଗା ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ପାଇଁ ଏକ ରାଜିନାମା ସରକାର ଟାଟା ସହିତ ସ୍ୱାଖରିତ କରିଥିଲେ l ମୋଟ 5600 ଏକର ଜମି ଛତ୍ରପୁର ବ୍ଲକ ନିମ୍ନ ଲିଖିତ ଗ୍ରାମର ଯଥା କାଳିପଲି, ଲକ୍ଷ୍ମୀପୁର, ବଡ଼ପୁଟି,ରାମୟପାଲି, ଆଗ୍ରହରମ, ପାଇକପଡା, ଉପଲପୁଟି,  କତୁରୀ, ଚମାଖଣ୍ଡି,ଆଲିପୁର, ନାରାୟଣପୁର, ମାନସରକତା, ମାଟିଖାଲ, କୋଣାମନା, ଶ୍ରୀରାମଚନ୍ଦ୍ରପୁର, ବାଗିନିପେଟା ଓ ବାସନାପୁଟି ରାଜଶ୍ଵମୋୖଜ଼ାରେ ଷ୍ଟିଲ ପ୍ଲାଣ୍ଟ ଓ colony ସ୍ଥାପନ ପାଇଁ ପ୍ରଦାନ କରାଯାଇଥିଲା ସେଥିରୁ 3700 ଏକର ଜମି ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ସହିତ  ରାସ୍ତା, ପାଣି, ବିଜୁଳି ଇତ୍ୟାଦି ପ୍ରଦାନପାଇ ଚୁକ୍ତି ହାଇଥିଲା କିନ୍ତୁ ଟାଟା ଦୀର୍ଘ 16 ବର୍ଷପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରିଲେ ନାହିଁ l 2011 ମସିହାରେ  ଟାଟା ରାଜ୍ୟସରକାରଙ୍କୁ ପ୍ରସ୍ତାବ ଦେଲେ ଯେ SEZ ନିୟମ ପ୍ରକାରେ ଇଣ୍ଡଷ୍ଟ୍ରିଏଲ ପାର୍କ କରିବା ପ୍ରସ୍ତାବ ଅନୁମୋଦନ କରିଲେI  2018 ମସିହାରେ  ରିବା ମିଲ ଓ ଫେରୋକ୍ରୋମ କମ୍ପାନୀ ପାଇଁ ଜନଶୁଣାଣୀ କରାଗଲା  କିନ୍ତୁ ରାଜ୍ୟପ୍ରଶାସନ କିମ୍ଵା ଜିଲ୍ଲା ପ୍ରଶାସନ  ଦିପକ ଫେରତିଲିଜେର ନାମକ କମ୍ପାନୀର ସ୍ମାର୍ଟକେମ ଟେକ୍ନୋଲୋଜି ଲିମିଟେଡ଼ ନାମକ କମ୍ପାନୀ ଟେକ୍ନିକାଲ ଏମୋନିଉମ ନାଇଟ୍ରେଟେ ( TAN ) ନାମକ  ବିସ୍ପାରୋକ ପଦାର୍ଥ  ଉତ୍ପାଦନ ପାଇଁ ଏକର 40.00 ଜମିରେ  ବିନା ଜନଶୁଣାଣୀ ଓ ମିଥ୍ୟା ରିପୋର୍ଟ ପ୍ରକାରେ କମ୍ପାନୀ ରେଜିଷ୍ଟ୍ରିକରଣ ଓ ପରିବେଶ  ସଂକ୍ରାନ୍ତୀୟ ପ୍ରମାଣ ପତ୍ର  ହାତେଇବା ଏକ ବେନିୟମ, ଅସମ୍ଭିଧାନିକ ନିମ୍ନ ମତେ ଦର୍ଶାଗଲା

ତତ୍କାଳୀନ ଜିଲ୍ଲାପାଳ ଗଞ୍ଜାମ ଜାଣିଶୁଣି ଇଣ୍ଡିଆନ ଏକ୍ସପ୍ଲୋସିଭ ଆଇନ 1884 ଓ ପରିବେଶ ସଂରକ୍ଷଣ ଆଇନ 1986 ର ଉଲଂଘନ ଏବଂ ସର୍ବସାଧାରଣ ଲୋକଙ୍କ ସମ୍ଭିଧାନିକ ଅଧିକାର କ୍ଷୁର୍ଣ କରି ନିଜ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ଗଞ୍ଜାମ ଜିଲ୍ଲାର ପ୍ରାୟ 40,00,000( ଚାଳିଶ ଲକ୍ଷ୍ୟ) ଲୋକଙ୍କ ଜୀବନ କୁ ମରଣ ମୁଖକୁ ଠେଲି ଦେଲେ  I 

2- ଭାରତୀୟ ବିସ୍ପରକ ଆଇନ 1884 ନିୟମାବଳୀ 2008 ନିୟମ 103 ପ୍ରକାରେ କମ୍ପାନୀ ରେଜିଷ୍ଟ୍ରି ପାଇଁ ଆପତ୍ତି ସମ୍ଭୋଧୀୟ ପ୍ରମାଣ ପତ୍ର ପ୍ରଦାନ ପୂର୍ବରୁ ଜିଲ୍ଲାପାଳ ତୁରନ୍ତ ଏକ ମାସ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଶୁଣାଣି  ପ୍ରସ୍ତାବିତ କମ୍ପାନୀର 1.5 କିମି ଦୂରତା ରେ ବାସ କରୁଥିବା ନିବାସୀଙ୍କ ଠାରୁ ଗ୍ରହଣ କରିବା ଵିଧି ଥିବା ବେଳେ ଜିଲ୍ଲାପାଳ ଜାଣିଶୁଣି ଉଲଂଘନ କରିଛନ୍ତି ଲୋକମାନେ ସମ୍ଭିଧାନିକ ଅଧୀକାର ରୁ ବଂଚିତ l ତେଣୁ ତୁରନ୍ତ ଆପତ୍ତି ପ୍ରମାଣ ପତ୍ର ପ୍ରତ୍ୟାହାର କରିବା ଦାବି l

2- ସେହିପରି ଏମୋନିଅ ନିଟ୍ରେଟେ ନିୟମାବଳି 2012 ର ନିୟମ 41 ରେ ଉପ ନିୟମ 1( ଗ ) ରେ ଲିପିବଦ୍ଧ ଅଛିଯେ କମ୍ପାନୀ ସ୍ଥାପନ ହେଲେ ଯଦି ଅଞ୍ଚଳ ଅଧିବାସୀଙ୍କ ର   ଶାନ୍ତି ଓ ନିରାପତ୍ତା  ବିପଦର ଆଶଙ୍କା ଥାଏ ଜିଲ୍ଲାପାଳ କିମ୍ଭା ରାଜ୍ୟ ସରକାର କମ୍ପାନୀ ରେଜିଷ୍ଟ୍ରିକରଣ ପ୍ରମାଣ ପତ୍ର ପ୍ରତ୍ୟାହାର କରିପାରିବେ,  ଦୀର୍ଘ ତିନିମାସ ହେଲା ଅଂଚଳରେ ଲୋକଙ୍କ  ଶାନ୍ତି ଓ ନିରାପତ୍ତା  ଖୁର୍ଣ ହେଇସାରିଲାଣି କାରଣ ଦୀର୍ଘ ଦିନ ହେଲା ଦିପକ ଫେର୍ଟଲିଜେର ସ୍ଥାପନା ବୁରୁଦ୍ଧରେ ଗଣ ଧାରଣା, ପ୍ରତିବାଦ, ରାଲି ଓ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଭଳି ଅଶାନ୍ତି ଓ ବିପଦ ମୁଖକୁ ଜିଲlପ୍ରଶାସନ ଠେଲି ଦେଉଛନ୍ତି l ତେଣୁ ତୁରନ୍ତ ଲାଇସେନସେ ପ୍ରତ୍ୟାହାର କରାଯାଉ l

3- ତା 28.10.1995 ରେ ରାଜ୍ୟ ସରକାରଙ୍କ ସହିତ ଟାଟା ଷ୍ଟିଲ କମ୍ପାନୀ ଏକ ଚୁକ୍ତି ନାମା ସ୍ୱାଖର କରିଥିଲେ ଯେ ବନ୍ଦର ଭିତିକ ଏକ ମେଗା ଷ୍ଟିଲ ପ୍ଲାଣ୍ଟ  ଗୋପାଳପୁରଠାରେ ଟାଟା ଷ୍ଟିଲ ପ୍ଲାଣ୍ଟ ସ୍ଥାପନା କରାଯିବ, ଉକ୍ତ  ଷ୍ଟିଲ ପ୍ଲାଣ୍ଟ ପାଇଁ ଆବଶ୍ୟକ ଜମି ଓ ଅନ୍ୟାନ୍ୟ ଅନୁସଙ୍ଗିକ ସୁବିଧା ଯଥା ରାସ୍ତା, ବିଦ୍ୟୁତ, ଜଳ, ଭୂମି ଓ ଇତ୍ୟାଦି ସୁବିଧା ରାଜ୍ୟ ସରକାର ଯୋଗାଇଦେବା ପାଇଁ ମଧ୍ୟ ଚୁକ୍ତି ନାମରେ ସ୍ଥାନ ପାଇଥିଲା, ତେଣୁ ରାଜ୍ୟ ସରକାର ମୋଟ 5600 ଏକର ଜମି ଯୋଗାଇଦେଇଥିଲେ, କିନ୍ତୁ ଟାଟା ଷ୍ଟିଲ ଦୀର୍ଘ 16 ବର୍ଷ ପର୍ଯ୍ୟନ୍ତ ସେହି ଜମିରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନା କରିଲେ ନାହିଁ. 2011 ମସିହାରେ ରାଜ୍ୟସରକାରଙ୍କୁ ପ୍ରସ୍ତାବ ଦେଲେ ଯେ ଏସ ଇ ଜଡ଼ ଆଇନ ପ୍ରକାରେ ଟାଟା ଇଣ୍ଡଷ୍ଟ୍ରିଏଲ ପାର୍କ, ଗୋପାଳପୁର  ଉ  ସ୍ଥାପନା କରାଯାଉ, ରାଜ୍ୟସରକାର  ଉକ୍ତ ଗ୍ରାମ ଗୁଡିକର ଲୋକଙ୍କ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ ଇଣ୍ଡଷ୍ଟ୍ରିଏଲ ପାର୍କ ପ୍ରସ୍ତାବକୁ ମୋହରମାରିଲେ l 2011 ନଭେମ୍ବର ମାସରେ କିଛି ବିଜୁ ଜନତା ଦଳର କର୍ମୀ ଓ ଚମଚା ଗିରୀଙ୍କୁ ନେଇ ଜବରଦସ୍ତି ଲୋକଙ୍କୁ ଭୟଭୀତ କରାଇ ହାତଗଣିତ କିଛି ଲୋକଙ୍କ ଉପସ୍ଥିତିରେ ଜନଶୁଣାଣୀ ଯାହାକି ବେନିୟମ, ଅସମ୍ଭିଧାନିକ ଅଟେ l

 ଜିଲ୍ଲାପ୍ରଶାସନର ରିପୋର୍ଟ ପ୍ରକାରେ  କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଚିଠି ନମ୍ବର 21-136/2015 ତା 20.09.2018  ରେବାର ମିଲ ଓ ହାଇ କାର୍ବନ ଫେରୋକ୍ରୋମ ପ୍ଲାଣ୍ଟ ଇତ୍ୟାଦି ସ୍ଥାପନା ପାଇଁ ପରିବେଶ ମଞ୍ଜୁରୀ ଦେଲେ l 

   ଦିପକ ଫର୍ଟିଲାଇଜେର ନାମକ କେମିକାଲ କମ୍ପାନୀକୁ ଟାଟା ଇଣ୍ଡଷ୍ଟ୍ରିଏଲ ପାର୍କ ଗୋପାଳପୁର ରେ ଏକର 40.00 ଜମି ପ୍ରଦାନ କରି ଟ 2200 କୋଟି ଟଙ୍କା ଖର୍ଚ୍ଚ କରି ସ୍ମାର୍ଟକେମ ଟେକ୍ନୋଲୋଜି ଲିମିଟେଡ଼ ନାମରେ ରେଜିଷ୍ଟ୍ରି ଭୁକ୍ତ କମ୍ପାନୀ  ଟେକ୍ନିକାଲ ଏମୋନିଅ ନାଇଟ୍ରେଟେ ଉତ୍ପାଦନ  ସହିତ ଏକ କୋଇଲା ଭିତିକ ଶକ୍ତି ଉତ୍ପାଦନ  କମ୍ପାନୀ ସ୍ଥାପନା ପାଇଁ ତା 09.12.2021 ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ l ସେଥିରୁ ଯେଉଁ ଏମୋନିଅ ନାଇଟ୍ରେଟେ ଉତ୍ପାଦନ ହେବ ତାହା ଖଣି ବିସ୍ପରଣ ପାଇଁ ଆବଶ୍ୟକ ବିସ୍ପାରୋକ ପଦାର୍ଥ ଅଟେ କାରଣ ପୂର୍ବ ଭାରତରେ ବହୁପରିମାଣ ଖଣି ଖଣନ ପାଇଁ ବିସ୍ପାରୋକ ପ୍ରଧାତ ର ଆବଶ୍ୟକତାକୁ ଉପଲୋବ୍ଧି କରି ଟେକ୍ନିକାଲ ଏମୋନିଅ ନାଇଟ୍ରେଟେ କମ୍ପାନୀ ସ୍ଥାପନା କରାଗଲା, ସେଥିରେ କେବଳ 1500 ଲୋକ କେବଳ ନିଯୁକ୍ତି ପାଇପାରିବେ l

ସ୍ମାର୍ଟକେମ ଟେକନୋଲୋଜି କମ୍ପାନୀ ପାଇଁ ଜନଶୁଣାଣୀ କରାଯାଇ ନାହିଁ l


  ପରିବେଶ ସଂକ୍ରାନ୍ତୀୟ ପତ୍ର ର ପରା 7 ରେ ଲିପିବଦ୍ଧ କରାଯାଇଛି ଯେ ପ୍ରସ୍ତାବିତ କାରଖାନାର 10 କିମି ବ୍ୟାସାର୍ଧ ମଧ୍ୟରେ   ଜଙ୍ଗଲ ଜନ୍ତୁ ଯାତାୟାତ ପଥ, ମେନଗ୍ରୋବ  ବୃକ୍ଷ, ଜଳାଶୟ, ସମୁଦ୍ର,   ୱେଟ ଲାଣ୍ଡ, ଜନବସ୍ତି, ସ୍ୱାସ୍ଥ୍ୟ ହାନିକାରକ କମ୍ପାନୀ ଇତ୍ୟାଦି ନଥିଲେ ସ୍ମାର୍ଟକେମ ଟେକ୍ନୋଲୋଜି ପ୍ଲାଣ୍ଟ ସ୍ଥାପନା ହେଇପାରିବ ଦୁଃଖର ସହିତ ଲେଖିବା ପାଇଁ ବାଧ୍ୟ କାରଣ ତତ୍କାଳୀନ ଜିଲ୍ଲାପ୍ରସନ ପ୍ରସ୍ତାବିତ କମ୍ପାନୀର 10.00 କିମି ବ୍ୟାସାର୍ଧ ମଧ୍ୟରେ କେବଳ ଗୋଟିଏ ନଦୀ, ସମୁଦ୍ର ଅବସ୍ତିତ ଅନ୍ୟ କୌଣସି ପରିବେଶ ସଂକ୍ରIତୀୟ   ପ୍ରାକୃତିକ ପରିବେଶ ନଷ୍ଠ ହେବଭଳି କୌଣସି ନାହିଁ ବୋଲି ଲେଖିଥିବାରୁ ପରିବେଶ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି l

 ""ତତ୍କାଳୀନ ଜିଲ୍ଲାପାଳ ଜିଲ୍ଲାର ରକ୍ଷକ ପରିବର୍ତ୍ତେ ଗଞ୍ଜାମ ଜିଲ୍ଲାର ଭକ୍ଷକ ସାଜି  ମିଥ୍ୟା ଓ କୋପାଳକଳ୍ପିତ ରିପୋର୍ଟ ଦେଇ  ଥିଲେ ""

 ନିମ୍ନ ଲିଖିତ  ବିଷୟ ଗୁଡିକ ଜାଣିଶୁଣି କେନ୍ଦ୍ରସରକାରଙ୍କୁ ରିପୋର୍ଟରେ ଦର୍ଶାଇନାହାନ୍ତି

(କ) - ପ୍ରସ୍ତାବିତ କମ୍ପାନୀର 10.00 କିମି ବ୍ୟାସାର୍ଧ ମଧ୍ୟରେ ଚାରିଗୋଟି ଗୋଟି ୱେଟ ଲାଣ୍ଡ ଅବସ୍ତିତ ଯଥା  ହୁମୁରି ୱେଟ ଲାଣ୍ଡ ର ଆୟତନ ସାହସ୍ରାଧିକ ଏକର ଅବସ୍ତିତ ଯାହାକି ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି  ଟଙ୍କା ରାଜକୋଷରୁ ଖର୍ଚ୍ଚ କରି  ଏକ ପ୍ରମୁଖ  ଦର୍ଶନୀୟ ସ୍ଥାନରେ ଗଣିତ ସେଥିରେ ୨ଖଣ୍ଡ  ଗ୍ରାମବାସୀ ହୁମୁରି ପ୍ରାଥମିକ ମସ୍ୟ ସୋସାଇଟି ଗଠନ କରି ବଞ୍ଚିଆସୁଛନ୍ତି, ସେହିପରି ହୁମୁରି ରେ 200 ଏକର ବିଶିଷ୍ଠ ଜଙ୍ଗଲ ନଷ୍ଟ ହେବା ସହିତ ଅଲିଭା କଇଁଛ ଇତ୍ୟାଦି ପ୍ରାକୃତିକ ସମ୍ପଦ ନଷ୍ଠ ହେବI ,ବଡ଼ପୁଟି ୱେଟ ଲାଣ୍ଡ ,, ଆୟତନ 40.00 ଏକର ବିଶିଷ୍ଠ  ରେ ତିଆରବସା ଗ୍ରାମର ମସ୍ୟଜୀବୀ  ସୋସାଇଟି ଗଠନ କରି ଦୀର୍ଘ 50 ବର୍ଷରୁ ଉର୍ଦ୍ଧ ସମୟ ରୁ ମାଛ ଚାଷ କରି ଜୀବିକା ଅର୍ଜନ କରୁଛନ୍ତି, ଏହି କମ୍ପାନୀ ହେଲେ ଜୀବିକା ହରାଇବେ. ହରିପୁର ୱେଟ ଲାଣ୍ଡ  ର ଆୟତନ ପ୍ରାୟ 1000 ଏକର ଏଥିରେ ଚିଙ୍ଗୁଡ଼ି ଚାଷ କରି ଶହ ଶହ ପରିବାର ଜୀବିକା ନିର୍ବାହ କରୁଛନ୍ତି l

(ଖ ) ଏହି ଅଂଚଳରେ ବହୁଳ ଭାବେ ମେନଗ୍ରୋବ ନାମକ ବୃକ୍ଷ ଭଗବାନଙ୍କ ଦ୍ୱାରା ପ୍ରଦତ୍ତ , କେମିକାଲ କମ୍ପାନୀ ହେଲେ ପରିବେଶ ନଷ୍ଠ ହେଇଯିବ.

( ଗ )- କେନ୍ଦ୍ର ଓ ରାଜ୍ୟ ସରକାର ଜାଣିଛନ୍ତି ଯେ ଅଟମିକ ଏନଏର୍ଜି ମନ୍ତ୍ରଣାଳୟ ଦ୍ୱାରା ଦୀର୍ଘ ବର୍ଷ ହେଲା ଆଇ ଆର ଇ ନାମକ କମ୍ପାନୀ 2.00 କିମି ବ୍ୟାସାର୍ଧ ମଧ୍ୟରେ ଅବସ୍ତିତ, ଏହି ଆଇ ଆର ଇ କମ୍ପାନୀ ଦ୍ୱାରା କିଛି ସ୍ୱାସ୍ଥ୍ୟ ପାଇଁ ହାନିକାରକ ପ୍ରଦ୍ଧାର୍ଥ ଉତ୍ପାଦନ କରୁଛି ଯଥା ଇଲେମେନାଇଟ, ମୋନାଜ଼ାଇଟ, ସିଲିମାନାଇଟ, ଜୀର୍କନ, ରୁଟାଇଲ, ଗରନେଟ, ଥୋରିମ ଭଳି ମାନବ ହାନିକାରକ ପ୍ରଦ୍ଧାର୍ଥ ଉତ୍ପାଦନ ଯୋଗୁଁ ଅଂଚଳର ପାଣି, ପବନ, ଓ ଜମି ଦୂଷିତ ଫଳରେ ଅଂଚଳରେ ପ୍ରାୟ 200 ରୁ ଅଧିକ ବ୍ୟକ୍ତି କିଡ଼ନୀ ରୋଗରେ ମୃତ୍ୟବରଣ କରିଥିବା ବେଳେ 1000 ଏକହଜରର ରୁ ଅଧିକ ବ୍ୟକ୍ତି କିଡ଼ନୀ ରୋଗରେ ଆକ୍ରାନ୍ତ ହେଇ ଚିକିଛିତ ହେଉଛନ୍ତି ଯଦି ପୁଣି ବିସ୍ପାରୋକ ଏମୋନିଅ ନାଇଟ୍ରେଟେ ଭଳି ସ୍ୱାସ୍ଥ୍ୟ ହାନିକାରକ ପଦାର୍ଥ ଉତ୍ପାଦନ ହେଲେ ଛତ୍ରପୁର ଓ ଗୋପାଳପୁର ଅଂଚଳରେ ଜଣବସତି ଧ୍ୟଂସ ହେଇଯିବ.

( ଘ )  ପୃଥିବୀ ପ୍ରସିଧ କିଆ ଫୁଲ ଚାଷ  ପ୍ରାକୃତିକ , ଭଗବାନଙ୍କ ଦ୍ୱାରା ପ୍ରଦତ୍ତ, କିଅଫୁଳରୁ ଏହି ଅଂଚଳର ଅଧିକାଂଶ ପରିବାର ଜୀବିକା ନିର୍ବାହ କରୁଛନ୍ତି ଯଦି ଟେକ୍ନିକାଲ ଏମୋନିଅ ନାଇଟ୍ରେଟେ କେମିକାଲ ତିଆରି ହୁଏ ସମ୍ପୂର୍ଣ ଭାବେ କିଅଫୁଲ ଚାଷ  ପୃଥିବୀରୁ ଲୋପ ପାଇଯିବ.

( ଉହଁ ) ଅଂଚଳରେ ବହୁଳ ଭାବେ ନଡ଼ିଆ ଚଷାରୁ ଜୀବିକା ନିର୍ବାହ କରୁଛନ୍ତି  ଵର୍ତମାନ ଆଇ ଆର ଇ ପ୍ଲାଣ୍ଟ ପାଇଁ ପାଣି, ପବନ ଓ ଭୂମି ପରିବେଶ ଦୂଷିତ ହେଇଥିବା ଯୋଗୁଁ ନଡ଼ିଆ ଫଲୁନାହିଁ, ଯଦି ପୁଣି ବିସ୍ପାରୋକ ଏମୋନିଅ କମ୍ପାନୀ ହୁଏ ସମ୍ପୂର୍ଣ ଭାବେ ନଡ଼ିଆ ଚାଷ ଲୋପ ପାଇଁ ଦୁର୍ଦିନ ରେ ଲୋକେ ମରିଯିବେ l

( ଚ ) ଆର୍ଯ୍ୟପଲ୍ଲୀ, କୋଣମାନା, କାଳିପଲି ଗ୍ରାମ ପଂଚାୟତର ର ପ୍ରାୟ ସତକଡା 80% ଭାଗ ଲୋକମାନେ ସମୁଦ୍ରରୁ ମାଛ ମାରି ଜୀବିକା ଅର୍ଜନ କରନ୍ତି, ଦୁଇ ଦୁଇଟି କେମିକାଲ ଉତ୍ପାଦନ କମ୍ପାନୀ ଦ୍ୱାରା ସମୁଦ୍ର ଜଳ  ଦୂଷିତ ହେଇ ଜୀବିକା ହରାଇବେl

(ଛ )   ପ୍ରସ୍ତାବିତ କାରଖାନାର 3.5 କିମି ବ୍ୟାସାର୍ଧ ମଧ୍ୟସରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଅବସ୍ତିତ, ଏଠାରେ ଦଶହଯାର ରୁ ଅଧିକ ଛାତ୍ର ଓ ଛାତ୍ରୀ ଅଧ୍ୟୟନ କରୁଛନ୍ତି ଉକ୍ତ କମ୍ପାନୀ ପ୍ରତିଷ୍ଠା ହେଲେ ଛାତ୍ର ମାନଙ୍କ ଉପରେ ପରିବେଶ ସନ୍ତୁଳନ ପ୍ରଭାବ ପଡିବା ଫଳରେ  ବହୁପ୍ରକାର ମାନସିକ କ୍ଷତି ହେବ I

( ଜ ) କେନ୍ଦ୍ରସରକାରଙ୍କ ପ୍ରତିରକ୍ଷା ବିଭାଗ ମିଲିଟାରୀ ପ୍ରଶିକ୍ଷଣ କଲେଜ ପ୍ରସ୍ତାବିତ ପ୍ଲାଣ୍ଟର 3.5 କିମି ଦୂରତାରେ ଅବସ୍ତିତ, ଏଠାରେ ଆର୍ମି ଓ ଐରଫୋରସ  ଟ୍ରେନୀ ମାନଙ୍କୁ କ୍ଷେପଣାସ୍ତ୍ର  ପ୍ରଶିକ୍ଷଣ ଦିଆଯାଏ ପରିବେଶ ଦୂଷିତ ହେଲେ ଦେଶର ନିରାପତ୍ତା ନଷ୍ଠ ହେବ.

  ପ୍ରସ୍ତାବିତ କମ୍ପାନୀର  10.00 କିମି ରୁ 15.00 କିମି ବ୍ୟାସାର୍ଧରେ ପ୍ରାୟ 4000000 ଲୋକ ମାନେ ବାୟୁ ଜଳ ଓ ଭୂମି ପ୍ରଦୂଷଣ ଭୋଗୀ  ବିଭିର୍ନ ରୋଗରେ ପୀଡିତ ହଇ ମୃତ୍ୟୁ ମୁଖରେ ପଡି ମାନବ ସଭ୍ୟତା ଲୋପ ପାଇଯିବl

 ପରିବେଶ ସଂକ୍ରାନ୍ତ ପତ୍ର ସ୍ଥାନୀୟ ଗ୍ରାମ ପଂଚାୟତ, ସ୍ଥାନୀୟ  ସାମାଜିକ ଅନୁଷ୍ଠାନ ଓ ଜିଲ୍ଲାପରିଷଦ କୁ ମଧ୍ୟ ପ୍ରଦାନ କରିନାହାନ୍ତି ଯାହାଫଳରେ  ନିର୍ଦ୍ଧାରିତ ସମୟରେ ଆପତ୍ତି ଅଭିଯୋଗ ଅଞ୍ଚଳ ବାସୀ କରିପାରିଲେ ନାହିଁ ଯାହାକି ସମ୍ଭିଧାନିକ ଅଧିକରରୁ ଜାଣିଶୁଣି ବଂଚିତ କରାଯାଇଛି l

 ଯଦି ଜିଲ୍ଲା ଓ ରାଜ୍ୟ ପ୍ରଶାସନ ମିଥ୍ୟା ରିପୋର୍ଟ ପ୍ରଦାନ ଓ କିଛି ତଥ୍ୟ ଲୁଚାଇଥିବେ କେନ୍ଦ୍ର ସରକାର ଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପରିବେଶ  ସୁରକ୍ଷା ଆଇନ 1986 ପ୍ରକାରର ପରିବେଶ ମଞ୍ଜୁରୀ ପ୍ରତ୍ୟହାର କରିବେ ବୋଲି ପରା 29 ରେ ସମ୍ପୂର୍ଣ ଲିପିବଦ୍ଧ ଅଛି I

ଜାଣିଶୁଣି ତତ୍କାଳୀନ ଜିଲ୍ଲାପାଳ ଓ ପ୍ରଶାସନ ଦିପକ ଫର୍ତିଳାଇଜର କମ୍ପାନୀ ଦ୍ୱାରା ବୋଧେ ପ୍ରଭାବିତ ହେଇ ମିଥ୍ୟା ରିପୋର୍ଟ ପ୍ରଦାନ କରିଛନ୍ତି I

 ତେଣୁ ଭାରତୀୟ ବିକାଶ ପରିଷଦର ପତ୍ର ସଂଖ୍ୟା 377 ତ 26.10 .22 ରେ ଦାବି କରାଯାଇଛିଯେ ତୁରନ୍ତ କମ୍ପାନୀ ରେଜିଷ୍ଟ୍ରି ପତ୍ର ସହିତ ପରିବେଶ ମଞ୍ଜୁରୀ ପତ୍ର ତୁରନ୍ତ  ପ୍ରତ୍ୟାହାର କରିବା ପାଇଁ  ମୂଳ କେସ ସହିତ ଏକ ମିସ କେସ ମାଧ୍ୟମରେ ପ୍ରାଥର୍ନI କରାଯାଇଥିଲା I

 ଉକ୍ତ ମାମଲାରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ସଚିବ, ମିନିଷ୍ଟ୍ରି ଅଫ କମ୍ପାନୀ ରେଜିଷ୍ଟ୍ରସନ ସଚିବ, ଚେୟାର ମେନ କେନ୍ଦ୍ର ପୋଲୁସନ ବୋର୍ଡ଼,  ପ୍ରମୁଖ ଶାସନ ସଚିବ ଜଙ୍ଗଲ ଓ ପରିବେଶ ବିଭାଗ ରାଜ୍ୟସରକାର, ରାଜ୍ୟ ପୋଲୁସନ ବୋର୍ଡ଼, ଓ ଜିଲ୍ଲାପାଳ ଗଞ୍ଜାମଙ୍କୁ ପକ୍ଷଭୁକ୍ତ କରାଯାଇଥିଲା l

ଉକ୍ତ ମାମଲା ଶ୍ରୀ ଗୋପାଳ ପ୍ରାସାଦ ଜେନା ଆଇନ ଜିବି ପରିଚାଳନା କରୁଛନ୍ତl


ସୁରେନ୍ଦ୍ର ପାଣିଗ୍ରାହୀ 

ସଭାପତି, 

ଭାରତୀୟ ବିକାଶ ପରିଷଦ.

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe