ବ୍ରହ୍ମପୁର : 28/9/22 (ସ୍ୱତନ୍ତ୍ର ନ୍ୟୂଜ଼ )
ପ୍ରତ୍ୟେକ ବର୍ଷ ସେ୍ଟେମ୍ବର ୨୭ ତାରିଖ ରେ ବିଶ୍ଵ ପର୍ଯଟନ ଦିବସ ପାଳନ କରାଯାଇଥାଏ। ବିଶ୍ଵ ପର୍ଯଟନ ସଂସ୍ଥା ଦ୍ଵାରା ଚଳିତ ବର୍ଷ ସ୍ଥିରୀକୃତ ହୋଇଥିବା ବିଷୟ ଟି ' ପର୍ଯଟନ ର ପୁନର୍ବିଚାର' ଅଟେ।
କୋଭିଡ ୧୯ ର ଭୟା ବହତ। କୁ ନଜର ରେ ରଖି ଆଗାମୀ ଦିନରେ ପର୍ଯଟନ ଶିଳ୍ପ ର ପୁନରୁଦ୍ଧାର ତଥା ଆର୍ଥିକ ସଙ୍କଟ ରୁ ମୁକ୍ତ ହୋଇ ଭବିଷ୍ୟତ ପାଇଁ ଏକ ସମୃଦ୍ଧ ପର୍ଯଟନ ଶିଳ୍ପ ସୃଷ୍ଟି କରିବା ଏ ବର୍ଷ ବିଶ୍ବ ପର୍ଯଟନ ଦିବସ ର ମୁଖ୍ୟ ଉଦ୍ଦେଶ୍ୟ।
ଓଡ଼ିଶା ସରକାର ଙ୍କ ପର୍ଯଟନ ବିଭାଗ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପର୍ଯଟନ କାର୍ଯ୍ୟାଳୟ ଗଞ୍ଜାମ ଏଵଂ ଜିଲ୍ଲା ପ୍ରଶାସନ ସହଭାଗିତାରେ ଜିଲ୍ଲା ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ସ୍କୁଲ ଓ କଲେଜ ସ୍ତର ରେ Quiz ପ୍ରତିଯୋଗିତା VV Giri Training School ରେ ଅନୁଷ୍ଠିତ ହୋଇଥିଲା। ସ୍କୁଲ ସ୍ତର ରେ ମିସ୍ ଲିଜା ମହାନ୍ତି ପ୍ରଥମ ସ୍ଥାନ, ଶ୍ରୀ ଚନ୍ଦ୍ରଶେଖର ବେହେରା ଦ୍ଵିତୀୟ ସ୍ଥାନ ଏବଂ ଶ୍ରୀ ବଣ୍ଟି ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି କଲେଜ ସ୍ତର ରେ ଶ୍ରୀ ସାଗର ପାତ୍ର ପ୍ରଥମ ସ୍ଥାନ, ଶ୍ରୀ ରୋନିତ୍ ପଟ୍ଟନାୟକ ଦ୍ଵିତୀୟ ସ୍ଥାନ ଓ ଶ୍ରୀ ସିବସମ୍ଭୁ ଗୌଡ଼ ତୃତୀୟ ସ୍ଥାନ ହାସଲ କରିଥିଲେ।
ଏହି ଉପଲକ୍ଷେ ପର୍ଯଟନ ସହ ନିର୍ଦ୍ଦେଶକ Dr Ratikanta Pattanayak କୃତି ଛାତ୍ର ଓ ଛାତ୍ରୀ ମାନଙ୍କୁ ମାନପତ୍ର ଓ ଆର୍ଥିକ ରାଶି ପୁରସ୍କାର ପ୍ରଦାନ କରିଥିଲେ। ଉକ୍ତ ଉତ୍ସବ ରେ ପର୍ଯଟନ ଭାରତ ର ସମ୍ପାଦକ ତଥା ଆଇନଜୀବୀ ଶ୍ରୀ ନାରାୟଣ ମହାକୁଡ, ପୂର୍ବତନ ପର୍ଯଟନ ସହ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ଲିମା ଏବଂ ଶ୍ରୀ ସନାତନ ନାୟକ, ଶ୍ରୀ ସୁରେନ୍ଦ୍ର କୁମାର ମହାପାତ୍ର ପୂର୍ବତନ କୋଷାଧ୍ୟକ୍ଷ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ମିସ୍ ତନୁଜା ଦାସ Statistical Assistant ପରିଚାଳନା କରିଥିଲେ ଓ ଶ୍ରୀ Plaban balwantray କୋଷାଧ୍ୟକ୍ଷ ପର୍ଯଟନ କାର୍ଯ୍ୟାଳୟ ସହଯୋଗ କରିଥିଲେ।
Post a Comment