ପାତ୍ରପୁର, ୧୮/୦୯ ; ( ସ୍ୱତନ୍ତ୍ର ନ୍ୟୂଜ଼ )ତ୍ରପୁର ବ୍ଳକ ଅନ୍ତର୍ଗତ ପାତ୍ରପୁର ଗ୍ରାମର ବଡ ବ୍ରାହ୍ମଣ ସାହି କୋଠ ଘର ଠାରେ ଭାରତର ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ଶାରା ଭାରତ ବର୍ଷରେ ସେବା ସପ୍ତାହ ଭାବେ ପାଳନ କରୁଥିବା ବେଳେ ଚିକିଟି ଭାଜପା ତରଫରୁ ପାତ୍ରପୁର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପାତ୍ରପୁର ବ୍ଲକ ଅଧ୍ୟକ୍ଷା ୱାଇ. ସଂଯୁକ୍ତା ଉଦ୍ଘାଟନ କରିଥିବା ବେଳେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଜିଲ୍ଲା ମହିଳା ସଭାନେତ୍ରୀ ମିନା ଦ୍ୟାନ ସାମନ୍ତରା, ପାତ୍ରପୁର ବ୍ଲକ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ପାତ୍ରପୁର ସରପଞ୍ଚ ସଦାନନ୍ଦ ନାୟକ, ବରଙ୍ଗ ସରପଞ୍ଚ ଭି. ଦେବୀ ପ୍ରସାଦ,ବି.ନୁଆଁଗାଁ ସରପଞ୍ଚ ଏମ. ମୋହନ ରାଓ, ଜୟନ୍ତିପୁର ସମିତି ସଭ୍ୟ ବାଲାଜି ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ୫ ମହିଳା, ଜଣେ ଶିକ୍ଷକ, ଜଣେ ଅଗ୍ନିଶମ ବାହିିନୀର କର୍ମଚାରୀ, ଜଣେ ଗୃହରକ୍ଷୀ, ପାତ୍ରପୁର ମଣ୍ଡଳ ସଭାପତି ଇଶୁରୁ କାଳିଦାସ ରେଡ଼ି ସମେତ ମୋଟ ୧୦୫ ୟୁନିଟ୍ ସଂଗ୍ରହ ହୋଇଥିବା ବେଳେ ସାମ୍ବାଦିକ ସୁରେଶ ପଟ୍ଟନାୟକ, ଲବ ନାୟକ, କିରଣ ଅଧିକାରୀ, ଚିନ୍ତାମଣି ଆଚାରୀ, ଉମା ଅଧିକାରୀ, ଶଙ୍କର ବେହେରା, ଗୁଲସନ ମହାନ୍ତି, ଅଭି ବେହେରା, ଲକ୍ଷ୍ମୀ ନାରାୟଣ ମିଶ୍ର, ବାବୁ ନାୟକ, ସତ୍ୟ ଅଧିକାରୀ, କୁଞ୍ଜ ଅଧିକାରୀ ସମିର କୁମାର ଯାଦବ, ସନ୍ତୋଷ କୁମାର ବେହେରା, ପ୍ରମୁଖ ସହଯୋଗ କରିଥିଲେ ।
ବିଜେପି ପକ୍ଷରୁ ରକ୍ତଦାନ ଶିବିର, ୧୦୫ ୟୁନିଟ୍ ସଂଗୃହିତ ।
By: SWATANTRA NEWS
0
Tags
ଖବର ଏବେ ଏବେ
Post a Comment