//BREAKING//
Loading...

କୁକୁଡାଖଣ୍ଡି ବ୍ଳକ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କୁକୁଡାଖଣ୍ଡି ଡାକ ବଙ୍ଗଳାରେ ଅନୁଷ୍ଟିତ ହୋଇଛି l

 


 ଦିଗପହଣ୍ଡି 11/9/22 (ସ୍ୱତନ୍ତ୍ରନ୍ୟୁଜ )


ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ବିଜେଡ଼ିର  ଏକ ସାମ୍ବାଦିକ ସମ୍ମିଳନୀ ବ୍ଲକ ଅଧ୍ୟକ୍ଷ, କାମାକ୍ଷା ପ୍ରସାଦ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସୋସିଆଲ ମିଡ଼ିଆ ଓ ସମ୍ବାଦ ପତ୍ରରେ ଦଳର ନେତୃତ ଓ ଦଳକୁ ବିଶୃଙ୍ଖଳା କରିବା  ପ୍ରସଙ୍ଗ ଭିତ୍ତିହୀନ ବୋଲି ଦଳ ପକ୍ଷରୁ କୁହାଯାଇଛି l ଆମେ ସମସ୍ତେ ବିଜୁ ଜନତା ଦଳ ଓ ବିଜୁ ପରିବାର ଆମଭିତରେ ମତଭେଦ,ମନାନ୍ତର ନାହିଁ । ଦିଗପହଣ୍ଡି ବିଧାୟକ ପୂର୍ବତନ ବାଚସ୍ପତି , ଡ଼ . ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ , ବିପ୍ଳବ ପାତ୍ର ନେତୃତ୍ୱ ରେ ଦଳର କାର୍ଯ୍ୟକ୍ରମ ସୂଚାର ରୂପେ ଚାଲୁଅଛି ଆଉ ଆଗକୁ ମଧ୍ୟ ଚାଲିଥିବ । ଦଳରେ ବିଶୃଙ୍ଖଳା କରୁଥିବା ବ୍ୟକ୍ତି ମାନେ ନେତୃତଙ୍କ ପ୍ରତି ଅଣୁଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା ଓ ଭୀତିହୀନ,ଏମିତି 

କରୁଥିବା ବ୍ୟକ୍ତି ବିରୋଧରେ ଦଳ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଉପାଦ୍ଧକ୍ଷା ବିଷ୍ଣୁପ୍ରିୟା ପାତ୍ର , ବିଧାୟକ ପ୍ରତିନିଧି ଉଦୟ ବେହେରା , ସନାତନ ସଂଗ୍ରାମ ସିଂ , କୈଳାଶ ରଣା , ନିରଞ୍ଜନ ମହାନ୍ତି , କେ ମଣିବାବୁ ,ଅଦଲ ଚେନେୟା,

ବନ୍ଦନା ସେଠୀ , ଶିବାନୀ ସେଠୀ, ରବୀନ୍ଦ୍ର ସାହୁ, ସମେତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକର ସରପଂଚ, ସମିତୀସଭ୍ୟ ସମେତ ବହୁ ବିଜେଡି ନେତା କର୍ମୀ ଉପସ୍ଥିତ ରହିଥିଲେ l



ବ୍ରହ୍ମପୁର. ଗଞ୍ଜାମ



ରିପୋର୍ଟ :ଶ୍ରୀକାନ୍ତ କୁମାର ବେହେରା

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe